May 10, 2026

ବଉଳ ଗାଁ ଠାରେ ଚୈତନ୍ୟ ଠାକୁର ଙ୍କ ନୂତନ ସିଂହାସନ ଆରୋହଣ ଉତ୍ସବ ରେ ଚବିଶି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

IMG-20250213-WA0069
Share

ଛତ୍ରପୁର -୧୩/୨/୨୦୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଠାରେ ବିଶ୍ୱ କଲ୍ୟାଣ ପାଇଁ ଚୈତନ୍ୟ ଠାକୁର ଙ୍କ ନୂତନ ସିଂହାସନ ଆରୋହଣ ଉତ୍ସବରେ ଚବିଶି ପ୍ରହର ନାମ ଯଜ୍ଞ, ଅନ୍ନ ଯଜ୍ଞ, ଗୋ ଯଜ୍ଞ, ଜ୍ଞାନ ଯଜ୍ଞ, ଘୃତ ଯଜ୍ଞ ଆଦି ଅନୁଷ୍ଠିତ ହୋଇ ଯାଇଛି ଏହି ଯଜ୍ଞ ମାଘ ମାସ ଶୁକ୍ଳ ପକ୍ଷ ଦ୍ୟାଦସୀ ତିଥି ତା -୯/୨/୨୦୨୫ରେ ଆରମ୍ଭ ହୋଇ ତା -୧୩/୨/୨୫ରିଖ ରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ଏହି ଯଜ୍ଞ ଅନୁଷ୍ଠାନ ର କର୍ତା ଭାବେ ମଙ୍ଗଳା ପଣ୍ଡା ଦାଇତ୍ୱ ଗ୍ରହଣ କରିଛନ୍ତି ଅନୁଷ୍ଠାନ ରେ ଆଖପାଖ ଅଂଚଳ ର ବହୁ ଜନସାମାଗାମ ହେବା ସହ ଲୋକ ମାନେ ମିନା ବଜାର ରେ ବୁଲିବା ସହ ରାମ ଦୋଳି ର ମଜା ନଉଛନ୍ତି ଏହି ଉତ୍ସବ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ବି ଯେ ପି ନେତା ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ବଉଳ ଗାଁ ଗ୍ରାମର ଯୁବକ ଭ୍ରମରବର ଦାସ, ମଙ୍ଗଳା ପଣିଗ୍ରାହୀ, ବିଶ୍ଵନାଥ ପଣ୍ଡା, ମନୋଜ ପାଣିଗ୍ରାହୀ, ବିଘ୍ନ ରାଜ ପାଣିଗ୍ରାହୀ, ସଦାଶିବ ପାଣିଗ୍ରାହୀ,ଶତାଧିକ ମହିଳା ପୁରୁଷ ସହଯୋଗ କରି ଯଜ୍ଞ କାମ ସୁଚାରୁ ରୂପେ ପରିଚାଳିତ ହୋଇଛି ଆଜି ଶେଷ ଦିବସରେ ଯଜ୍ଞ ର ପୁର୍ଣହୁତି ହୋଇଛି ଏବଂ ଯୁବକ ସଙ୍ଘ ପକ୍ଷ ରୁ ସାମାଜିକ ନାଟକ ମଞ୍ଚସ୍ଥ ହେବ