କୋରାପୁଟ ଜିଲ୍ଲା ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ୟୁନିୟନ ଅନୁବନ୍ଧିତ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ନୂତନ କମିଟି ଗଠିତ..

ସଭାପତି ଭାବେ ତପନ କୁମାର ହିଆଲ ଓ ସାଧାରଣ ସମ୍ପାଦକ ଭାବେ ଯୋଗେନ୍ଦ୍ର ସିଂ ନିର୍ବାଚିତ।
————————
କୋରାପୁଟ,୧୩/୨:
ଆଜି କୋରାପୁଟ ଜିଲ୍ଲା ସ୍ଥିତ ଆଲିସାନ୍ ହୋଟେଲ ସଭାଗୃହ ଠାରେ କୋରାପୁଟ ଜିଲ୍ଲାରେ ରହିଥିବା ୧୪ ଗୋଟି ବ୍ଲକର ସାମ୍ବାଦିକ ମାନଙ୍କୁ ନେଇ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ୟୁନିୟନ ଅନୁବନ୍ଧିତ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ କୋରାପୁଟ ଜିଲ୍ଲାର ଏକ ବୈଠକ ସହ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତୀୟ ସାମ୍ବାଦିକ ସଙ୍ଘ ସହବନ୍ଧିତ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରବିନ ଚାନ୍ଦ ଟାକ୍ରି, ନିର୍ବାଚନ ଅଧିକାରୀ ଡ଼ଃ ତ୍ରିଲୋଚନ ଖୁଣ୍ଟିଆ ଓ ରାଜ୍ୟ କମିଟି ସଦସ୍ୟ ଅଭିଷେକ ସିଂ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତି ଥିଲେ। ସଂଘ ର ନୂତନ ସଭାପତି ଭାବେ ତପନ କୁମାର ହିଆଲ, ଉପ ସଭାପତି ଭାବେ ରାଧାକାନ୍ତ ମହାପାତ୍ର,ସାଧାରଣ ସମ୍ପାଦକ ଭାବେ ଯୋଗେନ୍ଦ୍ର ସିଂ , ସମ୍ପାଦକ ସୁରେନ୍ଦ୍ର ଖୋସଲା ଏବଂ କୋଷାଧ୍ୟକ୍ଷ ଭାବେ ମଙ୍ଗଳା ଗୋଲରି ଙ୍କୁ ଘୋଷଣା କରାଯାଇଥିଲା। ଆଜିର ଏହି ନିର୍ବାଚନ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣତ ସମ୍ପାଦକ ସମସ୍ତ ସାମ୍ବାଦିକ ମାନଙ୍କୁ ସାମ୍ବାଦିକତା ଉପରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ ଏବଂ ନିର୍ଭିକ, ନିରପେକ୍ଷ ଭାବରେ ସାମ୍ବାଦିକତା କରିବାକୁ ଉପଦେଶ ଦେଇଥିଲେ। ଏହାକୁ ସହଯୋଗ କରିଥିଲେ ଗୁପ୍ତ ପ୍ରସାଦ,ମନୋଜ ସୁନା , ନିରଞ୍ଜନ ଭତ୍ରା, ସୁଶାନ୍ତ ହିଆଲ,ଗିଟୁ ହିଆଲ , ମନୋଜ ମୁଦୁଲି , କାର୍ତ୍ତିକ ନାୟକ, ଚୁମନ ଖରା ଇତ୍ୟାଦି। ଶେଷରେ ଜିଲ୍ଲାସଭାପତି ତପନ କୁମାର ହିଆଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ସମାପନ କରିଥିଲେ।
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା