November 23, 2024

କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା

Share

ଜିଲ୍ଳା ପାଳ ଙ୍କ ମିଳିତ ଜନ ଶୁଣାଣି ଶିବିର

ବିଡିଓଙ୍କ ବ୍ୟବହାର କୁ ନେଇ ଖପ୍ପା ଲୋକ ପ୍ରତିନିଧି

କୁନ୍ଦୁରା (ଆ ପ୍ର )13/02/23:- କୋରାପୁଟ ଜିଲ୍ଳା କୁନ୍ଦୁରା ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ବୈଠକଗୃହ ଠାରେ ଜିଲ୍ଳାପାଳ ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଏଠାରେ କୋରାପୁଟ ଅତିରିକ୍ତ ଜିଲ୍ଳାପାଳ ରାଜେନ୍ଦ୍ର ମାଝୀ,ଆରକ୍ଷୀ ଅଧିକ୍ଷକ ଅଭିନବ ସନକାର,ଉପ ଜିଲ୍ଲାପାଳ ବେଦ ବର ପ୍ରଧାନ,ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଅରୁଣ ପାଢୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ଧ୍ୟା ସମରଥ,ଜିଲ୍ଳା ପରିଷଦ ଉପା ଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ,ତହସିଲଦାର ଆୟୁବ ମଣ୍ଡଳଏବଂ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଅଧିକାଂଶ ଗରିବ ହିତାଧିକାରୀଙ୍କୁ ପ୍ରଶାସନ ଗରିବ ବୋଲି ଚିହ୍ନଟ କରିଥିବା ସତ୍ବେ ମଧ୍ୟ ଚଳିତ ଥର ପ୍ରକାଶ ପାଇଥିବା ପ୍ରଧାନ ମନ୍ତ୍ରୀ ଗରିବ ଆବାସ ଯୋଜନା ସାମ୍ଭାବ୍ଯ ତାଲିକାରେ ନାମ ନଥିବା ଅଭିଯୋଗ ହୋଇଛି।କେଉଁ କାରଣରୁ ଗରିବଙ୍କ ନାମ ଥିବା ସତ୍ବେ ସେମାନଙ୍କୁ ପ୍ରଶାସନ ଜାଣିଶୁଣି ଗୃହ ପାଇବାରୁ ବଞ୍ଚିତ କରାଯାଇଛି ତାହା ଏହି ଶିବିରରେ ମଧ୍ୟ ସ୍ପଷ୍ଟ ହୋଇ ନଥିବା ହିତାଧିକାରୀଙ୍କ ଅଭିଯୋଗ ରୁ ଜାଣିବାକୁ ମିଳିଛି।ଏହାକୁ ନେଇ ଜିଲ୍ଳା ପରିଷଦ ସଭ୍ୟ କନକ ଲତା ପେନ୍ଠୀଆ ଙ୍କ ନେତୃତ୍ବରେ ବାଗଦେରି ସରପଞ୍ଚ ମାନସି ସାନ୍ତା,କେରିମିଟି ସରପଞ୍ଚ ମାଣିକ ସାନ୍ତା,କୁନ୍ଦୁରା ସରପଞ୍ଚ ଲବ ପରଜା,ବାଣୁଆ ଗୁଡ଼ା ସରପଞ୍ଚ ଦୁତିକା ଭୂମିଆ,ମସିଗାଁ ସରପଞ୍ଚ କମଳା ପୂଜାରୀ,ଘୁମର ସରପଞ୍ଚ ରାମଚନ୍ଦ୍ର ବାଣୁଆ,ସମିତି ସଭ୍ୟ ବନିତା କନ୍ଦଳିଆ ପ୍ରମୁଖ ଜନ ଶୁଣାଣି ଶିବିର ମଧ୍ୟ ଭାଗକୁ ମାଡି ଆସି ହୋ ହାଲ୍ଳା କରିଥିଲେ।ଗ୍ରାମ ପଞ୍ଚୟାତ ଗୁଡିକରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ଠାରୁ ଆରମ୍ଭ କରି ପଞ୍ଚୟାତ କର୍ଯ୍ୟ ନିର୍ବାହୀ ଏବଂ ବିଡିଓ ମଧ୍ୟ ଲୋକ ପ୍ରତିନିଧି ମାନଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।ଅନେକ ସମୟରେ ଜଣେ ଗ୍ରାମ ରୋଜଗାର ସେବକ ସେହି ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କୁ ଧମକ ଦେଈଥିବା ସେ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି।ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ଏବଂ ଜିଲ୍ଳା ପରିଷଦ ସଭ୍ୟ ବିଡିଓ ମଧ୍ୟ ଲୋକ ପ୍ରତିନିଧି ଙ୍କ ସହ ତାଳ ମେଳ ରଖୁ ନଥିବା ଯୋଗୁଁ ଉନ୍ନତି ମୁଲକ କାର୍ଯ୍ୟ ରେ ବାଧା ପ୍ରାପ୍ତ ହେଉଛି।ତାକୁ ନେଇ ଲୋକ ପ୍ରତିନିଧି ମନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ଦାବି କରିଛନ୍ତି।ବ୍ଳକ ତଥା ପଞ୍ଚାୟତ ସମିତି ଅଧିନରେ କାର୍ଯ୍ୟରତ ଅଧିକାରୀ ମାନେ ଲୋକ ପ୍ରତିନିଧି ଙ୍କ କଥା ଶୁଣୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି।କେରିମିଟି ଗ୍ରାମ ପଞ୍ଚାୟତ ଅଧିନରେ ରହିଥିବା 19 ଟି ୱାର୍ଡ ମଧ୍ୟରୁ 9 ଟି ୱାର୍ଡ ରେ ବସ ବାସ କରୁଥିବା ଗୋଟିଏ ମଧ୍ୟ ହିତାଧିକାରୀଙ୍କ ନାମ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ସମ୍ଭାବ୍ୟ ତାଲିକାରେ ନାମ ନ ଥିବା ସରପଞ୍ଚ ଅଭିଯୋଗ କରିଥିଲେ।କୁନ୍ଦୁରା ବ୍ଳକ ଠାରୁ ପଖନା ଗୁଡ଼ା ଗ୍ରାମ ପଞ୍ଚାୟତ,ରାଣୀଗୁଡ଼ା ଗ୍ରାମ ପଞ୍ଚାୟତ ଦେଇ କୋଟପାଡ଼ ସହ ସଞ୍ଜୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ବେଳେ ତାହାର ରକ୍ଷଣାବେକ୍ଷଣ ଦାୟିତ୍ୱ କରାଯାଉନାହି ବୋଲି।ଚଳିତ ବର୍ଷ ଉକ୍ତ ରାସ୍ତା ନିର୍ମାଣ କରିଥିବା ଠିକାଦାର ଙ୍କ ରକ୍ଷଣା ବେକ୍ଷଣ ସମୟ ଶେଷ ହେବାକୁ ଯାଉଥିବା ବେଳେ ଯେଉଁ ଅର୍ଥ ରାଶି ରହିଛି ସେହି  ଅର୍ଥ ରାଶି ଆଉ ବ୍ୟବହାର ହୋଇ ପାରିବ ନାହିଁ ବୋଲି ଶିବିରରେ ଅଭିଯୋଗ କରିଛନ୍ତି ବରିଷ୍ଠ ନେତା ତଥା ସଂସଦ ପ୍ରତିନିଧି ନରେନ୍ଦ୍ର ପ୍ରଧାନ।ସେହିଭଳି କୁନ୍ଦୁରା ବ୍ଳକ ସଦର ମହକୁମା ଠାରୁ 300 ମିଟର ଦୂରରେ ରହିଥିବା ସ୍ମଶାନରେ ଗୃହ ନଥିବା ଯୋଗୁଁ ବର୍ଷା ଋତୁରେ ଳୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି।ଆସନା ଗ୍ରାମ ଏକ ଉପାନ୍ତ ଆଦିବାସୀ ଅଞ୍ଚଳ ହୋଇଥିବା ବେଳେ ସେଠାରେ ଏକ ଉପ ସ୍ଵାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ଅଭିଯୋଗ ହୋଇଛି।ବିଭିନ୍ନ ସମୟରେ ଚାଷୀ ପ୍ରଶାସନ ନିକଟରେ ପଞ୍ଜିକରଣ ଏବଂ ମନ୍ଡୀ ସମସ୍ୟା ନେଇ ଅଭିଯୋଗ କଲେ ମଧ୍ୟ ସେଥିପ୍ରତି ଗୁରୁତ୍ଵ ଦେଇ ତାହାର ସମସ୍ୟା ସମାଧାନ ନିମନ୍ତେ ଚେଷ୍ଟା କରୁନଥିବା ଉପସ୍ଥିତି ଥିବା ଲୋକ ପ୍ରତିନିଧି କହିଛନ୍ତି।ଦୀର୍ଘ ଦିନ ଧରି ଜିଲ୍ଳା ପାଳ ଙ୍କ ଅଭିଯୋଗ ଶୁଣାଣି ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିକଟରେ ଖବର ଥିବା ସତ୍ବେ ପଞ୍ଚୟାତ ଗୁଡିକରେ ଏହାକୁ ପହଞ୍ଚାଇବା ପାଇ ଚେଷ୍ଟା କରା ଯାଇ ନଥିବା ଯୋଗୁଁ ଅନେକ ଲୋକ ଏ ବିଷୟରେ ଜାଣି ନାହାନ୍ତି।ଯାହାକୁ ନେଇ ଖପ୍ପା ହୋଇ ପଡ଼ିଛନ୍ତି ଲୋକ ପ୍ରତିନିଧି।ସେହିଭଳି କୁନ୍ଦୁରା ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ବାପା ଛେଉଁଣ୍ଡ ଚନ୍ଦନ ପ୍ରଧାନ ହୃଦରୋଗ ଚିହ୍ନଟ ସହ ଦେଖା ଯାଉନଥିବା ଏବଂ ଶୁଣା ଯାଉ ନ ଥିବା ଯୋଗୁଁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଭିଯୋଗ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜିପୀଈଓ ସୁରେଶ ହୋତା,ଯୋଗାଣ ନିରୀକ୍ଷକ ମୁରଲି ଧର ହେସା,ସାମାଜିକ ସୁରକ୍ଷା ଅଧିକାରୀ ସୁମିତ୍ରା ଖୋରା ପ୍ରମୁଖ ଉପସ୍ଥିତ ଥିଲେ।