May 11, 2026

ମୃତ ଚାଷୀ ପରିବାରକୁ ଭେଟି ଆର୍ଥିକ ସହାୟତା ଦେଲେ ଛତ୍ରପୁର ବିଧାୟକ 

IMG-20250113-WA0034
Share

 

ଛତ୍ରପୁର -୧୩/୧/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ କତୁରୁ ଗ୍ରାମରେ ଆକସ୍ମିକ ଭାବେ ମୃତ୍ୟୁ ବରଣ କରିଥିବା ଚାଷୀ ପି ଈଶ୍ୱର ରେଡିଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୨୦ହଜାର ଟଙ୍କାର ଆର୍ଥିକ ସାହାୟତା ପ୍ରଦାନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏହା ସହ ତହସିଲଦାରଙ୍କ ସହ ଆଲୋଚନା କରି ରେଡ଼କ୍ରସ ପାଣ୍ଠିରୁ ୩୦ହଜାର ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରିଥିଲେ ସୂଚନା ଥାଉ କି ବିପୁଳିଙ୍ଗୀ ପଞ୍ଚାୟତର କତୁରୁ ଗ୍ରାମର ଚାଷୀ ପି ଈଶ୍ୱର ରେଡି ବୟସ ୭୧ ହଠାତ ଅସୁସ୍ଥ ହୋଇପଡିବାରୁ ପ୍ରଥମେ ଛତ୍ରପୁର ଏଵଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା ପରବର୍ତ୍ତୀ ସମୟରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଥିବା ବେଳେ ଶୁକ୍ରବାର ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ତେବେ ଈଶ୍ୱରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଚଳିତ ବର୍ଷ ଅମଳ ସମୟରେ ଅଦିନିଆ ବର୍ଷା ହୋଇଥିବା ବେଳେ କମ ଧାନ ଅମଳ ହୋଇଥିଲା ମୃତ ଈଶ୍ୱର ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିବା ବେଳେ ଆଶା ଠାରୁ କମ ଧାନ ଅମଳ ଦେଖି ଚିନ୍ତାରେ ରହୁଥିଲେ ତେଣୁ ତାଙ୍କ ଦେହ ଅସୁସ୍ଥ ରହୁଥିଲା ତେବେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏକ ପ୍ରଶାସନିକ ଟିମ କତୁରୁ ଗ୍ରାମକୁ ଯାଇ ତଦନ୍ତ କରିଥିବା ବେଳେ ଚାଷଋଣ ଛାଡ଼ କରିବା ପାଇଁ ଦାବୀ କରିଛନ୍ତି ମୃତ ଈଶ୍ୱର ରେଡିଙ୍କ ପୁଅ ଚିତ୍ତରଞ୍ଜନ ରେଡି ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧି ପୂର୍ବତନ ସମିତି ସଭ୍ୟ ଶ୍ରମିକ ନେତା ଦୁର୍ୟୋଧନ ରେଡ୍ଡୀ, ଯୁବ ନେତା ବନୋଜ ନାହାକ, ସିମାଞ୍ଚଳ ପଣ୍ଡା, ପ୍ରମୋଦ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ କିଶୋର ରେଡ୍ଡୀ, ବସିସି ବ୍ୟାଙ୍କ ସଭ୍ୟ ଦୁର୍ୟୋଧନ ପରିଡା,ହରିକୃଷ୍ଣ ଚୌଧୁରୀ, ପ୍ରଦୀପ ଚୌଧୁରୀ, ବିଭୁ ଶଙ୍କର ଚୌଧୁରୀ,ଘନଶ୍ୟାମ ରେଡ୍ଡୀ, ରାମ ଚନ୍ଦ୍ର ରେଡ୍ଡୀ, ପୂର୍ବତନ ସରପଞ୍ଚ ନରସିଂହ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ