ରୁଷିମାଳ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି ।
ବ୍ରାହ୍ମଣୀଗାଁ ତା ୧୨/୨୩ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ରୁଷିମାଳ ମହାବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ରୁଷିମାଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପିଟି ଶିକ୍ଷକ ରବିନ୍ଦ୍ର କୁମାର ପାଢୀ।
ଏହି ଆତ୍ମ ସୁରକ୍ଷା ତାଲିମ୍ ଶିବିର ୭ ଦିନ ଧରି ଚାଲୁ ରହିବ
ଏହି ତାଲିମ ଶିବିରରେ ରାଇକିଆ ଜୀବନ ଯୋତି କଲେଜରୁ ୨ ଜଣ ମାଷ୍ଟର ଟ୍ରେନର ବିନିତା ପ୍ରଧାନ, ତୃପ୍ତୀ ପ୍ରଧାନ ଆସି ଛାତ୍ରୀ ମାନଙ୍କୁ ଶିକ୍ଷା ଦେଉଛିନ୍ତି । ଏଠାରେ ୧୭୮ ଛାତ୍ରୀ ମାନେ ପ୍ରଶିକ୍ଷଣ ନେବେ ବୋଲି ଅଧ୍ୟକ୍ଷ ଦେବରାଜ ବଳିଆର ସିଂ କହିଥିଲେ । ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ନାହକ କହିଥିଲେ ସମାଜରେ ଦୈନଦିନ ଘଟୁଥିବା ନାରି ପ୍ରତି ଅପମାନ ନିନ୍ଦା ଓ ରେପ ଭଳି ଘଟଣାରୁ କିପରି ବଞ୍ଚିତ ହେବେ ସେଥି ପ୍ରତି ଆତ୍ମ ସୁରକ୍ଷା ତାଲିମ୍ ନେଇ ନିଜ ସୁରକ୍ଷା ନିଜେ କେମିତି କରିବେ ବୋଲି କହିଥିଲେ । ଅଧ୍ୟକ୍ଷ ଦେବରାଜ ବଳିଆର ସିଂ ସମସ୍ତ ଛାତ୍ରୀ ମାନଙ୍କୁ ଏହି ତାଲିମ୍ ଶିବିରରେ ଯୋଗଦେଇ ନିଜର ସୁରକ୍ଷା ନିଜେ କରି କିପରି ନିର୍ଭୟରେ ସ୍କୁଲ କଲେଜ୍ ଯିବା ଆସିବା କରିପାରିବେ ବୋଲି କହିଥିଲେ । ଏହି ଆତ୍ମ ସୁରକ୍ଷା ତାଲିମ୍ ଶିବିରକୁ ପରିଚାଳନା କରୁଛନ୍ତି ମିଲନ ବେହେରା ପାତ୍ର ।
ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ନାହକ, ରାଜକିଶୋର ବଳିଆର ସିଂ ,ବସନ୍ତ କୁମାର ନାୟକ, ରବିନ୍ଦ୍ର କୁମାର ପାଢୀ, ଦିବାକର ବେହେରା, ମିଲନ ବେହେରା ପାତ୍ର, ଅଜିତ ନାୟକ, ପ୍ରମୁଖ ଅଧ୍ୟାପକ ଉପସ୍ଥିତ ଥିଲେ । (କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)