March 7, 2026

12 ଘଣ୍ଠିଆ ଓଡିଶା ବନ୍ଦ ର ପ୍ରଭାବ ଗୋପ ବି ଦେଖିବାକୁ ମିଳିଛି l ( ସକାଳ ୬ ରୁ ସନ୍ଧ୍ୟା ୬ ଅଖ ଛକ ସଂପୂର୍ଣ୍ଣ ବନ୍ଦ ) 

IMG-20250717-WA0041
Share

 

ଗୋପ :- 17/07/2025 ଲୋକଙ୍କ ସରକାର ବା ମୋହନ ସରକାର ଙ୍କ ବିରୁଦ୍ଧରେ ଏକାଧିକ ବିରୋଧି ଦଳ ଏଵେ ଏକାଠି ହେଲେଣି l କେତେବେଳେ ଦରଦାମ ବୃଦ୍ଧି କୁ ନେଇ ଘେରୁଛସନ୍ତି ତ କେତେବେଳେ ରଥଯାତ୍ରା ରେ ହୋଇଥିବା ଅଘଟଣ କୁ ନେଇ… ଏଵେ କିନ୍ତୁ ପ୍ରସଙ୍ଗ ସଂପୂର୍ଣ୍ଣ ଭିର୍ନ୍ନ l ବାଲେଶ୍ୱର ଏଫ ଏମ ଅଟୋନୋମସ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଆତ୍ମହୁତି କୁ ନେଇ ପଲ୍ଲୀ ଠୁ ଦିଲ୍ଲୀ ସବୁଠୁ ଚର୍ଚ୍ଚା ଯୋର ଧରିଛି l ସେଥିପାଇଁ କଂଗ୍ରେସ ସହିତ ଅନ୍ୟାନ୍ୟ 7 ଟି ରାଜନୈତିକ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା l ଗୁରୁବାର ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ 12 ଘଣ୍ଟିଆ ଓଡିଶା ବନ୍ଦ ସମଗ୍ର ଓଡିଶା ରେ ପରିଲକ୍ଷିତ ହୋଇଥିଲା l ତାର ପ୍ରଭାବ ମଧ୍ୟ ଗୋପ ଅଞ୍ଚଳ ରେ ଦେଖିବାକୁ ମିଳିଥିଲା l ଓଡିଶା ବନ୍ଦ ଯୋଗୁଁ ଗୋପ ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ କୁ ବନ୍ଦ କରିଥିଲେ ବିରୋଧି ଦଳ ର କର୍ମୀମାନେ l ଗୋପ ବଜାର ମୁଖ୍ୟ ଚାରିଛକ ରେ ଆନ୍ଦୋଳନକାରୀମାନେ ସଂପୂର୍ଣ୍ଣ ରୂପେ ଅବରୋଧ କରିଥିଲେ l ଯାହାଫଳରେ ଶତାଧିକ ପର୍ଯ୍ୟଟକ ଙ୍କ ଗାଡି ମଟର ରାସ୍ତା କଡରେ ଅଟକ ରଖିଥଲେ l ସ୍କୁଲ କଲେଜ କୁ ମଧ୍ୟ ବନ୍ଦ କରାଯାଇଥିଲା l ଖବର ସଂଗ୍ରହ ପର୍ଯ୍ୟନ୍ତ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା l ଯେହେତୁ ଗୋପ ଓ ନିମାପଡା ଏବଂ କୋଣାର୍କ ରାସ୍ତା ଦେଇ ଶତାଧିକ ପର୍ଯ୍ୟଟକ ମାନେ ଭ୍ରମଣ କରିବା ପାଇଁ ଯାତାୟାତ କରିଥାନ୍ତି l ଏକାଧିକ ପଶ୍ଚିମବଙ୍ଗ ର ବସ ସବୁ ଅଟକ ରହିଥିଲା l ଏହାର ନେତୃତ୍ୱ ନେଇଥିଲେ ଗୋପ ବ୍ଲକ ର ଯୁବନେତା ଜିତେନ୍ଦ୍ର ସାହୁ ( ବୁଟୁ ) ଅନ୍ୟାନ୍ୟ ବରିଷ୍ଟ କର୍ମୀ ମାନେ ପରବର୍ତ୍ତୀ ସମୟରେ ସାମିଲ ହୋଇଥିଲେ l ଲଷ୍ମୀଧର ପ୍ରଧାନ, ଭଗବାନ ପାତ୍ର, ସମରେନ୍ଦ୍ର ସିଂ, ପ୍ରଭୁତି ଶତାଧିକ କର୍ମୀ ଏକାଠି ହୋଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ