December 12, 2024

ଲଷ୍ମୀପୂରରେ ମହାଲଷ୍ମୀ ପୂଜା..

Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ ):ଭବାନୀପାଟଣା ସହର ନିକଟସ୍ଥ ଲଷ୍ମୀପୂର ଗ୍ରାମରେ ଲଷ୍ମୀପୂର ମହାଲଷ୍ମୀ ପୂଜା କମିଟି ତରଫରୁ ଦ୍ଵିତୀୟ ଥର ପାଇଁ ମହାଲଷ୍ମୀ ପୂଜା ମହାଆଡମ୍ବରରେ ଆୟୋଜନ କରାଯାଇଛି। ଏହି ପବିତ୍ର ମହାଲଷ୍ମୀ ପୂଜା ଅବସରରେ ପୂଜା କମିଟି ତରଫରୁ ବିଭିନ୍ନ ପ୍ରତିଯୋଗିତା ଗୁଡିକର ଆୟୋଜନ କରାଯାଇଥିଲା। ଗତ ୯ ତାରିଖ ରାତି ୯ ଟା ସମୟରେ ନୃତ୍ୟ କାର୍ଯ୍ୟକ୍ରମ ସହିତ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ପ୍ରତିଯୋଗିତା ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଉଚ୍ଚକୋଟିର ୯ ଟି ଘୁମୁରା ବାଦ୍ୟ ଦଳ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡିର ବରିଷ୍ଠ ବି ଜେ ପି ନେତା ତଥା ପୂର୍ବତନ ମେଦିନୀପୁର ସରପଞ୍ଚ ଶ୍ରୀଯୁକ୍ତ ରମେଶ ମାଝୀ ଯୋଗ ଦାନ କରିଥିଲେ। ଏଥିସହ ପୂଜା କମିଟିର ସଭାପତି ଶ୍ରୀ ସୁଧୀର ପ୍ରଧାନ, ଉପସଭାପତି ଶ୍ରୀ ସତ୍ୟନାରାୟଣ ସାହୁ, କୋଷାଧ୍ୟକ୍ଷ୍ ଶ୍ରୀ ଶ୍ରୀକାନ୍ତ ପ୍ରଧାନ, ସମ୍ପାଦକ ଶ୍ରୀ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତା ଗୁଡିକରେ ଘୋଷିତ ବିଜେତାଙ୍କୁ ଶ୍ରୀଯୁକ୍ତ ରମେଶ ମାଝୀ ପୁରସ୍କୃତ କରିଥିଲେ। ଏଥିସହ ଏଗାର ତାରିଖରେ କଳସଯାତ୍ରା ହୋଇଥିଲା। ଆଜି ବାର ତାରିଖ ସକାଳ ଘ.ସାଢେ ସାତ ଟା ସମୟରୁ ନାମ ସଂକୀର୍ତନ ଆରମ୍ଭ ହୋଇଥିଲା ଓ ଏହା ଆସନ୍ତା କାଲି ତେର ତାରିଖ ସକାଳ ଘ.ସାତଟା ପଚାଶ ସମୟ ମଧ୍ୟରେ ନାମ ସମାପନ ହେବ। ଏହାପରେ ଦିବା ଘ. ବାର ଟା ସମୟରେ ପୂର୍ଣ୍ଣାହୁତି ହେବ ଓ ଏହା ପରେ ବିସର୍ଜନ ଏବଂ ଦିବା ଘ. ବାର ଟା ତିରିଶ ମି ରେ ପ୍ରସାଦସେବନ ହେବ। ଏହିପୂଜା ଅବସରରେ ଲଷ୍ମୀପୂର ଗ୍ରାମ ସହ ଆଖ ପାଖ ଗ୍ରାମବାସିଙ୍କ ସହଯୋଗରେ ହର୍ଷ ଉଲ୍ଲାସର ସହିତ ସମାପନ ହୋଇଛି।