March 8, 2026

ଗଜପତି ଜିଲ୍ଲା ରୁ କେରଳକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ          

IMG-20251112-WA0045
Share

 

ପାରଳାଖେମୁଣ୍ଡି:୧୨/୧୧(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ପୋଲିସ ଗତକାଲି ପେଟ୍ରୋଲି କରୁଥିବା ସମୟରେ ମୋହନା ବ୍ଲକର ରାଇସିଂ ଛକରେ ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି. ଏଥିରେ ମୋହନା ପୁଲିସ ଗଞ୍ଜେଇ ଚୋରାଚାଲାଣରେ ଅଭିଯୋଗରେ କେରଳ ୩ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି. ଏମାନେ ହେଲେ କେରଳର କୁନ୍ଦର ଥାନା କାଲାମ ଗାଁର ସୁଧୀର ଏସ (୨୨), ଶ୍ରୀରାମ ବି (୧୯) ଓ ବିଷ୍ଣୁ ଏମ (୨୩) ବୋଲି ପୋଲିସ ସୂଚନା ଦେଇଛି. ଏହି ଘଟଣାରେ ମୋହନା ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସବ୍‌ ଇନ୍ସପେକ୍ଟର ବି.ନୀଳମାଧବ ରେଡି କହିଛନ୍ତି । କୋୖର୍ଟଚାଲାଣ ହୋଇଥିବା ଏହି ୩ ଯୁବକ ରାଇସିଂ ଛକରେ ଗୋଟିଏ ଅଖା ସହ ଛକରେ ବସ୍‌କୁ ଅପେକ୍ଷା କରିଥିଲେ। ସନ୍ଦେହରେ ପୁଲିସ ସେମାନଙ୍କୁ ଯାଞ୍ଚ କରିଥିଲା। ଯାଞ୍ଚ ପରେ ଜରି ଅଖାରେ ୧୫ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଥିଲା। ଏହି ଗଞ୍ଜେଇକୁ ବ୍ରହ୍ମପୁର ଦେଇ କେରଳ ରାଜ୍ୟକୁ ଚାଲାଣ ଯୋଜନା ଥିଲା ବୋଲି ପୋଲିସ ସୂଚନା ଦେଇ କହିଛି ଜବତ ଗଞ୍ଜେଇର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧ‌ିକ ହେବ.