March 10, 2026

ଗଜପତି ଜିଲ୍ଲା ରାୟଗଡ ଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ।

IMG-20251112-WA0043
Share

 

 

ପାରଳାଖେମୁଣ୍ଡି;୧୨/୧୧(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଳା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ପିଏମ୍ ଶ୍ରୀ ହାଇସ୍କୁଲ ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାୟଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁର୍ଣ୍ଣବାସୀ ନାୟକ,ସମ୍ମାନିତ ଅତିଥି ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଣୀ ଉଚ୍ଚର୍ଗିତା ବଡରଇତ, ଏସଏସଏସଓ ଏଲ୍. ସନ୍ତୋଷ, ସିଡ଼ିପିଓ ବି.କମାଳାଙ୍ଗି , ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ପାଣି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପରୀପ୍ରେକ୍ଷୀରେ ବ୍ଲକର ଶତାଧିକ ଦିବ୍ୟାଙ୍ଗମାନେ ଉପସ୍ଥିତ ରହି ଥିବା ବେଳେ ପୁରୁଣା ତାଲିକା ସହ ନୂତନ ଭାବେ ବହୁ ଦିବ୍ୟାଙ୍ଗମାନଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ମାନସିକ ବିକଳାଙ୍ଗ ୨୭ ଜଣ, ୫୮ ଜଣ ଦୃଷ୍ଟି ଶକ୍ତି ବାଧିତ, ୧୨୦ ଜଣ ଶାରୀରିକ ଭିନ୍ନକ୍ଷମ, ୭୧ ଜଣ ଶ୍ରାବଣ ଶକ୍ତି ବାଧିତ ବ୍ୟକ୍ତିମାନେ ମୋଟ ୨୭୬ ଜଣ ଦିବ୍ୟାଙ୍ଗ ଯୋଗ ଦେଇଥିଲେ। ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ହୁଇଲ୍ ଚେର ଏବଂ ପ୍ରମାଣ ପତ୍ର ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଏଵଂ ରାୟଗଡ଼ ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନଙ୍କ ସହ ବ୍ଲକର ବହୁ ଅଧିକାରୀ ଏବଂ କର୍ମଚାରୀମାନେ ସହଯୋଗ ଓ ପରିଚାଳନା କରିଥିଲେ।