January 29, 2025

କେବେ ଅନ୍ତ ହେବ ହିତାଧିକାରୀ ଙ୍କ ଅପେକ୍ଷା , କେବେ ନିଦ ଭାଙ୍ଗିବ ପ୍ରଶାସନର ..

Share

 

ତିର୍ତ୍ତୋଲ

ଜନସଂଖ୍ୟା ବଢୁଛି ତ ପରିବାର ବି ବଢୁଛି ..। ରହିବା ପାଇଁ ବଢୁଛି ଆବଶ୍ୟକ ଥିବା ଘର । ଅଭାବୀ ସଂସାର କୁ ଖାଇବା, ରହିବା, ପିନ୍ଧିବା କୁ ନେଇ ସଂଗ୍ରାମ ଜାରି ରଖିଛି ମଣିଷ । ଏପରି ପରିବାର ଅଛନ୍ତି ଯିଏ କି ଏବେବି ପଲିଥିନ
ତଳେ ପିଲା ଛୁଆ ଙ୍କୁ ନେଇ ଜୀଵନ ବିତାଉଛନ୍ତି । ବିଜେଡି ସରକାର ଦୀର୍ଘ ବର୍ଷ ଧରି ଶାସକ ଦଳରେ ଥିଲେ ବି ମିଳି ପାରିଲା ନାହିଁ ଆବାସ ଯୋଜନାରେ ଘରଟିଏ । ଇତି ମଧ୍ୟରେ ତିନି ତିନି ଥର ଜିଲ୍ଲାପାଳ ଙ୍କ ଜନ ଶୁଣାଣି ରେ ଅଭିଯୋଗ ପତ୍ର ଦାଖଲ କରିଥିଲେ ମଧ୍ୟ ନିରାଶ ହେବାକୁ ପଡିଛି ବାସ୍ତବ ହିତାଧିକାରୀଙ୍କୁ । ଆପତ୍ତି ଫର୍ଦ ଚାପିହୋଇ ରହିଯାଇଛି ଜିଲ୍ଲାପାଳ ଙ୍କ ଫାଇଲ ତଳେ…..।ସରପଞ୍ଚଙ୍କ ଠାରୁ ବିଡ଼ିଓ ଙ୍କ ଯାଏ ସମସ୍ତଙ୍କ ଦ୍ୱାରସ୍ତ ହୋଇ ନିରାଶ ହେବା ପରେ ନୂତନ ସରକାରଙ୍କ ଉପରେ ଆସ୍ଥା ରଖି ଛନ୍ତି ଏହି ପରିବାର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଷନପୁର ପଞ୍ଚାୟତ ଅଧୀନ କୋଲଟା ଗ୍ରାମରେ । ସେକ ସଫିକ ଉଦ୍ଦିନ ଙ୍କ ପତ୍ନୀଙ୍କ ଅଭିଯୋଗ ଯେ ଆମର ଆବାସ ଘର ପାଇଁ ତଦନ୍ତ ହେଉଛି, ଯୋଗ୍ୟ ହିତାଧିକାରୀ ବୋଲି ଘୋଷଣା ହେଉଛି କିନ୍ତୁ ଗାଁଆ ର ଟାଉଟର ଙ୍କ ପ୍ରରୋଚନାରେ ସବୁ ଫସରଫାଟି ଯାଉଛି । ଫାଇଲ ତଳେ ରହିଯାଉଛି ତଦନ୍ତ । ତଥାପି ନୂଆ ସରକାରଙ୍କୁ ନିବେଦନ କରିଛନ୍ତି ଖଣ୍ଡେ ଆବାସ ଯୋଜନାରେ ଘରଟିଏ ଯୋଗେଇ ଦେବାକୁ ! ଦେଖୁବାକୁ ରହିଲା ଯେ ବାସ୍ତବରେ ପ୍ରଶାସନ କରୁଛି କଣ….।

:- ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର ।