November 22, 2024

ମହିଳା ସ୍ଥପତିଙ୍କ ଅନ୍ତର୍ଜାତୀୟ ସମ୍ମିଳନୀ ଐତିହ୍ୟ, ଉତ୍କର୍ଷତା ଏବଂ ସ୍ଥାପତ୍ୟ ପ୍ରତି ସମ୍ମାନ ଉର୍ତ୍ସବ ସମାପନ l

Share

ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟଏସ ଓଡିଶା ଚାପ୍ଟର ପକ୍ଷରୁ ଭୁବନେଶ୍ୱର ରେ ଆୟୋଜିତ ପିଙ୍କ ପ୍ରିଣ୍ଟ ଇଣ୍ଟରନେଶନାଲ କନଫରେନ୍ସ ଅଫ ଓମେନ ଆର୍କିଟେକ୍ଟସ ର ଅନ୍ତିମ ଦିନ ସଫଳତା ର ସହ ଶେଷ ହୋଇଛି l ଶେଷ ଦିନରେ ସମ୍ମିଳନୀ ର ବିଷୟ ବସ୍ତୁ – ସ୍ଥାପତ୍ୟ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ସ୍ଥାପତ୍ୟ ଐତିହ୍ୟ ର ଉର୍ତ୍ସବକୁ ସମ୍ମାନ ଜଣାଇ ବିଭିନ୍ନ କାର୍ଯ୍ୟକ୍ରମ, ପୁରସ୍କାର ଏବଂ ଉର୍ତ୍ସବ ଅନୁଷ୍ଠିତ ହୋଇଥିଲା l ସମ୍ମିଳନୀ ର ଲୋଗୋ ପଛରେ ଥିବା ସ୍ଥାପତ୍ୟ ପ୍ରେରଣା ଐତିହାସିକ ଚଉଷଠି ଯୋଗିନୀ ମନ୍ଦିରକୁ ସକାଳୁ ଐତିହ୍ୟ ପଦଯାତ୍ରା ଆରମ୍ଭ ହୋଇଥିଲା l ଏବଂ ଏହାପରେ ଏକାମ୍ର କ୍ଷେତ୍ରରେ ଅନୁସନ୍ଧାନ କରାଯାଇଥିଲା l ଏହି ପଦଯାତ୍ରା ରେ ସାରା ବିଶ୍ୱର ପ୍ରତିନିଧିମାନେ ଯୋଗଦେଇ ଓଡିଶା ର ପ୍ରାଚୀନ ସ୍ଥାପତ୍ୟ ବିସ୍ମୟ ଉପରେ ଆଲୋକପାତ କରିବା ସହ ଏହାର ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ମହୋତ୍ୱ ର ପ୍ରେରଣା ନେଇଥିଲେ l ଐତିହ୍ୟ ପଦଯାତ୍ରା ପରେ ହୋଟେଲ ସ୍ବସ୍ତି ପ୍ରିମିୟମ ପୁରୀରେ ଏହି ସମ୍ମିଳନୀ ପୁନଃ ଆରମ୍ଭ ହୋଇଥିଲା l ଯେଉଁଠାରେ ସମାପନୀ ଅଧିବେଶନ ରେ ଅନେକ ବିଶିଷ୍ଟ ସ୍ଥପତିଙ୍କ ସଫଳତା କୁ ସ୍ୱୀକୃତି ଦିଆଯାଇଥିଲା l ମୁଖ୍ୟ ଅତିଥିଭାବେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଇ ଏ ଏସ ଆର ଏସ ଗୋପାଳନ ଓ ସମ୍ମାନିତ ଅତିଥି ମୃଦୁଳା ଠାକୁର ପ୍ରଧାନ ଯୋଗଦେଇ ଏହି କ୍ଷେତ୍ରକୁ ଆକାର ଓ ସମୃଦ୍ଧ କରିଥିବା ସ୍ଥପତି ମାନଙ୍କ ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଥିଲେ l ଆଇ ଆଇ ଏ ଓଡିଶା ଚାପ୍ଟର ର ସ୍ଥପତି ସ୍ବପ୍ନଦତା ମହାନ୍ତି ଆୟୋଜକ ଦଳ ଓ ବ୍ୟକ୍ତିବିଶେଷଙ୍କ ସହିତ ବିଶ୍ୱର ବିଶିଷ୍ଟ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ