ସକାଳର ଖବର, ୧୨-ନଭେମ୍ବର-୨୦୨୩, ରବିବାର*
*╭──────────────────╮*
*🌄ସକାଳର ଖବର, ୧୨-ନଭେମ୍ବର-୨୦୨୩, ରବିବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଆଲୋକର ପର୍ବ ଦୀପାବଳି। ଆଲୋକର ପର୍ବ ପାଇଁ ଆକାଶଛୁଆଁ ଉତ୍ସାହ ଓ ଉଦ୍ଦୀପନା । କିଏ ବାଣ କିଣି ଘରେ ଗଦା କଲାଣି, ତ ଆଉ କିଏ ଘରକୁ ସଜାଇଲାଣି ସୁନ୍ଦର ଆଲୋକମାଳାରେ ।
➡️୨-କିଟ୍ ଓ କିସ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ସେଫାଳୀ କ୍ରେଚ୍, କିଟ୍ ପବ୍ଲିକ ସ୍କୁଲ୍ ଏବଂ ସର୍ବସାଧାରଣଙ୍କ ନିମନ୍ତେ ଜୟନ୍ତ ମହାପାତ୍ର ପବ୍ଲିକ୍ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍ ସୋଭିନିର୍ ଗ୍ୟାଲେରୀକୁ ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୩-ଉତ୍ସବରେ ବୁଡ଼ିଛି ଅଯୋଧ୍ୟା । ଅଯୋଧ୍ୟାରେ ପୂଜା ପାଇବେ ଶ୍ରୀରାମଙ୍କ ୫ ବର୍ଷିୟ ବାଳକ ସୂରୂପ । ବାଳକ ରାମଙ୍କ ପ୍ରତିମା ଗଢୁଛନ୍ତି ୩ ଜଣ ମୂର୍ତ୍ତିକାର । କର୍ଣ୍ଣାଟକର ୨ଟି ଓ ରାଜସ୍ଥାନର ମକ୍ରାନାରୁ ଆସିଥିବା ଗୋଟିଏ ପଥରରେ ଚାଲିଛି ଏଇ ମୂର୍ତ୍ତି ନିର୍ମାଣ ।
➡️୪-ଓଡ଼ିଶାରେ ଦୀପାବଳି ଓ କାଳୀପୂଜା ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର l ତୀବ୍ର ଶବ୍ଦଯୁକ୍ତ ଓ ବିଷାକ୍ତ ଧୂଆଁ ସୃଷ୍ଟିକାରୀ ବାଣ ନ ଫୁଟାଇବା ପାଇଁ ଦିଆଗଲା ପରାମର୍ଶ l ସେହିପରି ରାତି ୧୦ଟା ପରେ କେହି ବାଣ ନ ଫୁଟାଇବା ଲାଗି ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ହେଲା ଜାରି l
➡️୫-ଓଡ଼ିଶାରେ ପ୍ରଥମ ଘଟଣା, ନିଶାଦ୍ରବ୍ୟ ମାମଲାରେ ଖୋର୍ଦ୍ଧା ଜୁଭେନାଇଲ ଜଷ୍ଟିସ ବୋର୍ଡ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ନାବାଳକ l
➡️୬-ଦୀର୍ଘ ୨୦ ବର୍ଷରୁ ଅଧିକ ବର୍ଷ ଧରି IIMC ଢେଙ୍କାନାଳର ସବୁ ଠିକା କର୍ମଚାରୀଙ୍କ ଚାକିରି ଏବେ ହେବ ରେଗୁଲାର ।
➡️୭-ଓଡ଼ିଶାରେ ବ୍ୟାନ ହେଲା କମ୍ ଓଜନର ଖାଇବା ତେଲ ପ୍ୟାକେଟ୍, ରାଜ୍ୟ ବ୍ୟବସାୟୀ ମହାସଂଘ ନେଲେ ବଡ଼ ନିଷ୍ପତ୍ତି l ଏଣିକି ଏକ ଲିଟରିଆ ପ୍ୟାକେଟରେ କେବଳ ୯୧୦ ଗ୍ରାମ ବା ୮୭୦ ଗ୍ରାମ ଓଜନର ତେଲ ପ୍ରସ୍ତୁତ କରୁଥିବା କମ୍ପାନୀର ତେଲ ବିକ୍ରି କରାଯିବ ।
➡️୮-ସାଧାରଣ ନିର୍ବାଚନ ପୂର୍ବରୁ ଆସନ୍ତାବର୍ଷ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଆସିବ ୨୦୨୪-୨୫ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍, ଡିସେମ୍ବର ୧୫ ସୁଦ୍ଧା ବିଭାଗ ଦେବେ ପ୍ରସ୍ତାବ l
➡️୯-ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହେଲା ଅଯୋଧ୍ୟାର ଦୀପୋତ୍ସବ, ଗତକାଲି ଆୟୋଜିତ ଏହି ଦୀପୋତ୍ସବରେ ଏକା ସମୟରେ ୫୧ଟି ଘାଟରେ ଜଳିଲା ୨୨.୨୩ ଲକ୍ଷ ଦୀପ l ସାରା ବିଶ୍ୱ ଦେଖିଲା ଏକତା ଓ ଭାରତୀୟ ପରମ୍ପରାର ମହାନତା l
➡️୧୦-ଚଳିତ ମାସ ୧୪ରୁ ୨୫ ତାରିଖ ମଧ୍ୟରେ ଦିଲ୍ଲୀରେ ପ୍ରଦର୍ଶିତ ହେବ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର l ଦିଲ୍ଲୀର ସିରିଫୋର୍ଟ ଅଡିଟୋରିୟମରେ ୧୨ ଦିନ ମଧ୍ୟରେ ୧୮ଟି ଭାଷାର ମୋଟ ୩୦ଟି ଫିଚର ଫିଲ୍ମ ଏବଂ ୨୭ଟି ଅଣ-ଫିଚର ଫିଲ୍ମ ପ୍ରଦର୍ଶିତ ହେବ।
➡️୧୧-ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା କମେଡିଆନ୍ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।
➡️୧୨-ଚଣ୍ଡିଗଡ଼ ରେ ଏଣିକି ଦୁଇଚକିଆ ଯାନ ଉପରେ ଆଉ ଲାଗିବନି ପାର୍କିଂ ଚାର୍ଜ l
➡️୧୩-ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଦୀର୍ଘ ଦିନ ଧରି ଜାରି ରହିଥିବା ଯୁଦ୍ଧରେ ପାଲେଷ୍ଟିନୀୟଙ୍କ ମୃତ୍ୟୁ ସଂଖ୍ୟା ୧୧ ହଜାର ହେଲା ପାର l
➡️୧୪-ପଶ୍ଚିମ ସୀମାକୁ ନେଇ ଭାରତୀୟ ବାୟୁସେନାର ବଡ଼ ଯୋଜନା, ଏଣିକି ଫରଓ୍ୱାଡ୍ ଏୟାର ବେସ୍ରେ ମୁତୟନ ହେବ ଲାଇଟ୍ କମ୍ବାଟ୍ ଏୟାରକ୍ରାପ୍ଟ(LCA) l
➡️୧୫-ବ୍ରିଟେନ ର ୧୦ ଡାଉନିଂ ଷ୍ଟ୍ରିଟ୍ରେ ଦୀପାବଳି ପାର୍ଟି ଦେଲେ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି l ପାର୍ଟିରେ ଯୋଗଦେଲେ ଭାରତର ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ l ଜଣାଇଲେ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା l
➡️୧୬-ଆମେରିକା ଇତିହାସରେ ପ୍ରଥମ, ଦୀପାବଳି ପାଇଁ ନ୍ୟୁୟର୍କରେ ସ୍କୁଲ ହେଲା ଛୁଟି l ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଏବଂ ପ୍ରତିଟି ଭାରତୀୟଙ୍କ ଲାଗି ଏହା ଗୌରବମୟ ଦିନ ।
➡️୧୭-ସାଉଦି ଆରବ ଏବଂ ମୁସଲମାନ ଦେଶ ଗାଜାରେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲକୁ ଦେଲେ ଆହ୍ବାନ l
➡️୧୮-ଲଜ୍ଜାଜନକ ପରାଜୟ ସହ ବିଶ୍ଵକପ୍ରୁ ପାକିସ୍ତାନର ବିଦାୟ, ୯୩ ରନରେ ହରାଇଲା ଇଂଲଣ୍ଡ l
➡️୧୯-ବିଦାୟୀ ମ୍ୟାଚରେ ୧୦୦ ତମ ୱିକେଟ୍ ନେଇ ମ୍ୟାନ ଅଫ ଦି ମ୍ୟାଚ ଜିତିଲେ ଇଂଲଣ୍ଡ ର ଡେଭିଡ ୱିଲି l
➡️୨୦-World Cup-2023 ସେମି-ଫାଇନାଲରେ ମୁହାଁମୁହିଁ ହେବେ ପୁରୁଣା ଶତ୍ରୁ l ଆସନ୍ତା ନଭେମ୍ବର ୧୫ ତାରିଖରେ ପ୍ରଥମ ସେମି ପାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ସେହିପରି ୧୬ରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମୁକାବିଲା l ୧୯ରେ ଅହମ୍ମଦାବାଦରେ ହେବ ଫାଇନାଲ ମ୍ୟାଚ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଶ୍ୟାମାକାଳୀ ପୂଜା, ଦୀପାବଳୀ ପର୍ବ, ନରକଚତୁର୍ଦଶୀ ll*
*🔅ଆଜି ବିଶ୍ୱ ନିମୋନିଆ ଦିବସ ll*
*🔅ଆଜି ଜାତୀୟ ପକ୍ଷୀ ଦିବସ ll*
*🔅ଆଜି ଜାତୀୟ ଜନସେବା ପ୍ରସାରଣ ଦିବସ ll*
*🔅ଆଜି ଶ୍ରୀ ହନୁମାନ ଜୟନ୍ତୀ ll*
*🔅ଆଜି ଆନ୍ତର୍ଜାତୀୟ ଭାଷା ଟ୍ୱିଷ୍ଟର୍ ଦିବସ ll*
*ବି. ଦ୍ର : ଆଲୋକର ପର୍ବ ଦୀପାବଳି ସଭିଙ୍କ ଜୀବନରେ ଭରିଦେଉ ସୁଖ, ଶାନ୍ତି ଓ ସମୃଦ୍ଧି। ପବିତ୍ର କାଳୀପୂଜା ଅବସରରେ ସମସ୍ତଙ୍କୁ ମୋ ତରଫରୁ ଆନ୍ତରିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି ” ଆକାଶ “।*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*