June 29, 2024

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Share

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ‌ ସମିତି ସଭାଗୃହ ଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ସମ୍ଵନ୍ଧରେ ଏକ କର୍ମଶାଳା ପଞ୍ଚାୟତ ସମିତି ଅଧ୍ଯକ୍ଷ ରବି ଶଙ୍କର ଗମାଙ୍ଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ,ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର, ସାଂସଦ ପ୍ରତିନିଧି ଗାର୍ଜାନା ପ୍ରସାଦ ରାଓ ଙ୍କ ସମେତ ବିଭିନ୍ନ ବିଭାଗ ର ବିଭାଗୀୟ ଅଧିକାରୀ ,ପଞ୍ଚାୟତ ସମିତି ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ଅଧ୍ଯକ୍ଷ ଶ୍ରୀଗମାଙ୍ଗ ବାତ୍ଯା ବନ୍ଯା ଭଳି ଆଞ୍ଚଳିକ ବିପର୍ଯ୍ୟୟ ଗୁଡିକର ଭୟାବହତା ଓ ତାର ମୁକାବିଲା‌ ପାଇଁ ସାମୁହିକ ପ୍ରୟାସ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏଥିପାଇଁ ଯୋଜନାବଦ୍ଧ ଭାବେ ପ୍ରୟାସ କରିବାକୁ ଉଦ୍‌ବୋଧନ ଦେଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳ, ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ସୂଚନା ର ଯଥାଶୀଘ୍ର ପ୍ରସାରଣ, ବିପର୍ଯ୍ୟୟ ସମୟରେ କ୍ଷୀପ୍ର ପଦକ୍ଷେପ ତଥା ପରବର୍ତ୍ତୀ ସମୟରେ ବିପର୍ଯ୍ୟୟ ଗ୍ରସ୍ଥ ଲୋକଙ୍କ ସହାୟତା ଓ ଆଶୁ କ୍ଷତିପୂରଣ ଉପରେ ସମସ୍ତ ସ୍ତରରେ ପ୍ରୟାସ କରିବାକୁ ପ୍ରବର୍ତ୍ତାଇଥିଲେ ।ସେହିପରି ତହସିଲଦାର ଶ୍ରୀ ସାହୁ ଏ ଦିଗରେ ତାଙ୍କର ବିଭାଗ ସତର୍କ ଅଛି ତଥା ସମସ୍ତ ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶ୍ରୀ ମହାପାତ୍ର ରାମନାଗୁଡା ଅଞ୍ଚଳର ସମସ୍ତ ପ୍ରକାରର ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ତାଙ୍କ ପାଖରେ ପର୍ଯ୍ଯାପ୍ତ ପରିମାଣରେ ଔଷଧ ଗଚ୍ଛିତ ଥିବା ତଥା କ୍ଷେତ୍ରୀୟ କର୍ମଚାରୀ ଦଳଙ୍କୁ ସତର୍କ କରାଯାଇଥିବା ଜଣାଇଥିଲେ।
ରାମନାଗୁଡା ଥାନା ସେକେଣ୍ଡ ଅଫିସର ବାବୁଲା ପ୍ରଧାନ ତାଙ୍କ ବିଭାଗ ସମସ୍ତଙ୍କ ସହ ସମନ୍ନ୍ବୟତା ରକ୍ଷା କରି ଅହୋରାତ୍ର ସେବାତତ୍ପର ରହିବାର ପ୍ରତିଶ୍ରୁତି ଦେଇଥିଲେ ।
ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ପ୍ରାଞ୍ଜଳ ଭାବରେ ବିପର୍ଯ୍ୟୟ ମୁକାବିଲାର ରୂପରେଖ ଓ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଯୋଜନା ତଥା ଏ ଦିଗରେ ସମିତି, ଗ୍ରାମ ପଞ୍ଚାୟତ କର୍ମଚାରୀ, ଲୋକ ପ୍ରତିନିଧି ଙ୍କ ଭୁମିକା ସମ୍ବନ୍ଧରେ ଆଲୋଚନା କରିଥିଲେ।ରାମନାଗୁଡା ସହକାରୀ ମତ୍ସ୍ଯ ଅଧିକାରୀ ବର୍ଷା ପାଢ଼ୀ ସମସ୍ତଙ୍କୁ ଇଲେକ୍ଟ୍ରୋନିକ୍ସ ମାଧ୍ଯମର ସଦୁପଯୋଗ ପୂର୍ବକ ପାଣିପାଗର ଧ୍ଯାନ ରଖିବା ତଥା ସମସ୍ତ ବିଭାଗ ମିଳିତ ଉଦ୍ଯମ କରିବାକୁ ଆହ୍ବାନ କରିଥିଲେ।କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ‌ କରିଥିବା ବେଳେ ଅଧ୍ଯକ୍ଷ ରାମନାଗୁଡାଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ପରିସମାପ୍ତି କରାଯାଇଥିଲା ।

ରିପୋର୍ଟ ରାକେଶ କୁମାର ବେହେରା