June 29, 2024

ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ମାନଙ୍କ ବିଜ୍ଞାନ କଂଗ୍ରେସ ପକ୍ଷରୁ ପୁଷ୍କରିଣୀ ଓ ଏହାର ରକ୍ଷଣା ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ମାନଙ୍କ ବିଜ୍ଞାନ କଂଗ୍ରେସ ପକ୍ଷରୁ ପୁଷ୍କରିଣୀ ଓ ଏହାର ରକ୍ଷଣା ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ମାନଙ୍କ ବିଜ୍ଞାନ କଂଗ୍ରେସ ଦ୍ଵାରା ଜୀବା ଗ୍ରାମରେ ପୁଷ୍କରିଣୀ ଓ ଏହାର ସଂରକ୍ଷଣ ନେଇ ଏକ
ସାମାଜିକ ଦାୟିତ୍ଵ ଏହାକୁ ନେଇ ଏକ କାର୍ଯ୍ୟକ୍ରମ ହାଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ପାଢୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l ଏହି ପରିପକ୍ଷୀରେ ଜୀବା ସରକାରୀ ହାଇସ୍କୁଲର ୫ଜଣ ଛାତ୍ର ଛାତ୍ରୀ ତଥ୍ୟ ସଂଗ୍ରହ କରିଛନ୍ତି l ପିଲାଙ୍କ ବିଜ୍ଞାନ କଂଗ୍ରେସର ୨୦୨୩-୨୪ ବିଷୟ ବସ୍ତୁ ହେଲା ଆମେ ଆମ ପରିସଂସ୍ଥା କୁ ଜାଣିବା , ଶିକ୍ଷକ ବୋମାଲି ରାମକ୍ରୀଷ୍ଣା ଙ୍କ ତ୍ଵତା ବଧାନରେ ଅଷ୍ଟମ ଶ୍ରେଣୀ ଛାତ୍ର ତେଜା ଶବର , ଇନ୍ଦୁ ଶବର ଓ ଅନ୍ୟ ଛାତ୍ର ଛାତ୍ରୀ ମାନେ ଏହି ବିଷୟ ବସ୍ତୁ ଉପରେ ତଥ୍ୟ ସଂଗ୍ରହ କରିଛନ୍ତି ମନୁଷ୍ୟର କାର୍ଯ୍ୟକଳାପ ଦ୍ଵାରା ପୁଷ୍କରିଣୀର ଜଳ ପ୍ରଦୂଷଣ ସମ୍ବଧିୟ ସର୍ବେକ୍ଷଣ ଓ ସୁରକ୍ଷା ଦିଗରେ ପଦକ୍ଷେପ ସମ୍ପର୍କିତ ପ୍ରକଳ୍ପ ପ୍ରସ୍ତୁତି ଏବଂ ଗ୍ରାମବାସୀଙ୍କୁ ସଚେତନତା ମାଧ୍ୟମରେ କିପରି ପରିବେଶକୁ ରକ୍ଷା କରିବା ଏହାକୁ ନେଇ ଅବଗତ କରାଇଥିଲେ l ମନୁଷ୍ୟର କାର୍ଯ୍ୟକଳାପ ଦ୍ଵାରା ପୁଷ୍କରିଣୀ ର ଜଳ କିପରି ଦୂଷିତ ହେଉଛି ଯାହା ଦ୍ଵାରା ଜନସାଧାରଣ ସେହି ଜଳକୁ ପାନ କରିବା ଦ୍ୱାରା ବିଭିନ୍ନ ରୋଗରେ ଶୀକାର ହେଉଛନ୍ତି ତାକୁ ନେଇ ଜନସାଧାରଣଙ୍କୁ ସଚେତନତା ସଭା ମାଧ୍ୟମରେ କରଯାଇଥିଲା l ଜୀବା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନାକ୍ଷୀ ପାଢ଼ୀ ଏଥି ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ l ଏହି ସଚେତନତା କାର୍ଯ୍ୟକ୍ରମ ରେ ଜୀବା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଏଡେଙ୍ଗା ଶବର ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ