March 10, 2026

ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ. ବାରଣ୍ଡାରେ ବିପଦପୁର୍ଣ ଭାବେ ଶିଶୁଙ୍କୁ ପାଠ ପଢା ଯାଉଛି 

IMG-20250912-WA0117
Share

 

ପାରଳାଖେମୁଣ୍ଡି:୧୨/୯(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲା ଗୁମ୍ମା ବ୍ଲକର ଅନେକ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ. ତେଣୁ ବାରଣ୍ଡାରେ ବିପଦପୁର୍ଣ ଭାବେ ଶିଶୁଙ୍କ ପାଠ ପଢା ଚାଲିଛି. ଏଠାରେ ସୂଚନାଯୋଗ୍ୟଯେ ଗୁମ୍ମା ବ୍ଲକର ୩୪ଗୋଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନି। ସେଗୁଡିକ ମଧ୍ୟରୁ ଏହି ବ୍ଲକର ବୃଷଭ, ଗାଇବା, ବଡ଼ କଲାକଟ, ରେଗିଡ଼ି, ତୁମୁଲ, କୁଜାସିଂ ଓ ସେରଙ୍ଗ ପଞ୍ଚାୟତରେ ନିଜସ୍ବ ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ କୋମଳମତି ଶିଶୁଙ୍କ ପ୍ରାକ୍ ଶିକ୍ଷା ପ୍ରଭାବିତ ହେଉଛି। କେଉଁଠି କର୍ମଚାରୀଙ୍କ ପିଣ୍ଡାରେ କିମ୍ବା ଗ୍ରାମର କୋଠ ଘରେ ଅସୁରକ୍ଷିତ ଭାବେ ଛୋଟଛୋଟ ପିଲାଙ୍କ ପ୍ରାକ୍ ଶିକ୍ଷା ଚାଲିଥିବା ଦେଖୁବାକୁ ମିଳୁଛି। ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ଟଙ୍କା ଆସିଥିବା ବେଳେ କେଉଁଠି ଠିକାଦାର ଓ କେଉଁଠି ଦାୟିତ୍ଵରେ ଥିବା ଯନ୍ତ୍ରୀଙ୍କ ଅବହେଳା ଯୋଗୁ ଏସବୁ କେନ୍ଦ୍ର ଗୃହ ଅଧାପନ୍ତରିଆ ଭାବେ ପଡ଼ିରହିଛି। କେତେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ସମ୍ପୂର୍ଣ୍ଣ ଗୃହ ନିର୍ମାଣ ସରିଥିଲେ ମଧ୍ୟ ବକେୟା ଟଙ୍କା ନ ଦେବାରୁ ଦାୟିତ୍ଵ ନେଇଥୁବା ଠିକାଦାରମାନେ ନିଜ ଅଧୀନରେ ଏସବୁ – ଅକ୍ତିଆର କରି ରଖୁଛନ୍ତି।