March 8, 2026

ସଂକୁଳ ସ୍ତରୀୟ ମାନସାଙ୍କ ପ୍ରଶିକ୍ଷଣ

IMG-20250712-WA0062
Share

 

 

ସୁରେନ୍ଦ୍ର କଠାର(ବରଗଡ)

 

ଅଦ୍ୟ ତା.୧୨-୦୭-୨୦୨୫ରିଖ ଶନିବାର ଦିନ ଭେଡେନ ସଂକୁଳ “ମାନସାଙ୍କ ପ୍ରଶିକ୍ଷଣ” ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବରମକେଲା ଠାରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଦାଶ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭକାମନା କରି ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ।ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନରେନ୍ଦ୍ର ରଣା ସ୍ବାଗତ ଭାଷଣ ଓ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର କର୍ମୀ ଓ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ କାଳାଂଶ ଆଗେଇ ନେଇଥିଲେ।ସଂକୁଳ ଅନ୍ତର୍ଗତ ୯ଟି ବିଦ୍ୟାଳୟରୁ ୧୮ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣରେ ଭାଗ ନେଇଥିଲେ।ପରିଶେଷରେ ଶ୍ରୀଯୁକ୍ତ ନରେନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ,ସେବକ ଓ ସେବିକା ସାହାଯ୍ୟ ଓ ସହଯୋଗ କରିଥିଲେ।