ନିଜ ଟଙ୍କାରେ ଜଣେ ଛାତ୍ରୀଙ୍କୁ କଲେଜରେ ନାମ ଲେଖାଇ ମାନବିକତାର ପରିଚୟ ଦେଲେ ସମିତିସଭ୍ୟ
ସୁରେନ୍ଦ୍ର କଠାର(ବରଗଡ)
ଅତାବିରା ଅଞ୍ଚଳରେ ବେଶ ଚର୍ଚ୍ଚିତ ଯୁବ ଚେହେରା ହେଉଛନ୍ତି ଯୁବ ସମାଜସେବୀ ତଥା ହିର୍ଲିପାଲି ଗ୍ରାମର ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ,ବିଦ୍ୟାଧର ପ୍ରଧାନ ରାତିଦିନ ଲୋକକଂ ସେବା କରନ୍ତି |ଅସହାୟ ଲୋକକଂ ସାହାରା ସାଜିଛନ୍ତି |ଆଜି ଜଣେ ଅସହାୟ ଗରୀବ ଝିଅର ନା ନିଜ ଟଂକାରେ କଲେଜରେ ଲେଖାଇ ବେଶ ପ୍ରଶଂସା ପାତ୍ର ହୋଇଛନ୍ତି |ଘଟଣାରୁ ପ୍ରକାଶ ଯେ ହୀର୍ଲିପାଲି ପଂଚାୟତ ବାଗବାହାଲ ଗ୍ରାମର ଅନାଥ ଝିଅ ନନ୍ଦିନୀ ମୁଣ୍ଡା ଖରମୁଣ୍ଡା ହାଇସ୍କୁଲରେ ଦଶମ ପାସ କରିଛନ୍ତି କିନ୍ତୁ କଲେଜ ପଢିବା ପାଇଁ ତାକଂ ପାଖରେ ଟଂକା ନାହି |ଯାହାଫଳରେ ସେ ହତାଶ ହୋଇପଡିଥିଲେ ଏହି ଖବର ପାଇବାପରେ ବିଦ୍ୟାଧର ପ୍ରଧାନ ଆଜି ନିଜ ଟଂକାରେ ପାହାଡଶ୍ରୀଗିଡା କଲେଜରେ ଯୁକ୍ତ ୨ରେ ନନ୍ଦିନୀର ନାମ ଳେଖାଇ ମାନବିକତାର ପରିଚୟ ଦେଇଛନ୍ତି |
