March 8, 2026

ରାଜସୁନାଖଳା ଟ୍ରାଫିକ୍ ସମସ୍ୟାକୁ ନିଶ୍ଚିତ ଦୁରକରିପାରିବ ବାଇପାସ୍ ରାସ୍ତା ନିର୍ମାଣ। 

IMG-20250712-WA0058
Share

 

ବୋଲଗଡ଼ ,୧୧/୦୭(ଉପାନ୍ତ ଖବର): ଦିନକୁ ଦିନ ବୃଦ୍ଧି ପାଉଛି ଜନସଂଖ୍ୟା, ରାସ୍ତା ମଧ୍ୟ ଚଉଡା ହେଉଛି କିନ୍ତୁ ଗାଡି ସଂଖ୍ୟା ବୃଦ୍ଧି ଯୋଗୁଁ ଦେଖାଯାଉଛି ଟ୍ରାଫିକ୍ ସମସ୍ୟା।ନୟାଗଡ଼ ଜିଲ୍ଲ ଓ ଖୋର୍ଦ୍ଧା ଜିଲ୍ଲାର ମଧ୍ୟରେ ରାଜସୁନାଖଳାଟି ଅବସ୍ଥିତ ଜାହାକି ବାଣିଜ୍ୟର ପେଣ୍ଠସ୍ଥଳ ଅଟେ। ଏପରିକି ରାଜସୁନାଖଳା ବଜାର ଯାହାକି ଦିନକୁ ଦିନ ଦୋକାନ ବଜାର ବଢିବା ସଙ୍ଗେ ସଙ୍ଗେ ବଢୁଛି ଏହାର କଳେବର। ଜନ ସଂଖ୍ୟା ବୃଦ୍ଧି ଅନୁସାରେ ବଢୁଛି ଗାଡ଼ି ମଟର ସଂଖ୍ୟା। ଏପରିକି ଅଞ୍ଚଳ ଲୋକମାନେ କ୍ରୟ ବିକ୍ରୟ ପାଇଁ ସମାଙ୍ଗମ ହେବାଦ୍ୱରା ନିଜ ନିଜର ଦୁଇଚକିଆଜାନ ହେଉ ଅବା ଚାରିଚକିଆଜାନ ପାର୍କିଂର ବ୍ୟବସ୍ଥା ନାହିଁ ଏପରିକି ଖୋର୍ଦ୍ଧ -ବଲାଙ୍ଗୀର ଜାତୀୟ ରାଜପଥ ଯାଇଥିବାରୁ ନୟାଗଡ଼,ଫୁଲବାଣି,ବଲାଙ୍ଗିରୀ ରୁ ଭୂବନେଶ୍ବର ଯାତାୟତ କରୁଥିବା ଭାରିଯାନ ଗୁଡିକ ଟ୍ରାଫିକ୍ ଜାମହୋଇ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ଫଳରେ ଜରୁରୀକାଳିନ ସେବାଗୁଡିକ ଯାତାୟତରେ ବାଧାପ୍ରାପ୍ତ ହେଉଛି। ଏହି ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଏକ ମାତ୍ର ଉପାୟ ବାଇପାସ୍ ରାସ୍ତା ନିର୍ମାଣ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଜନସାଧାରଣରେ ମତପ୍ରକାଶ ପାଇଛି। ରାଜସୁନାଖଳା ବଜାର ପାଇଁ ବାଇପାସ୍ ରାସ୍ତା ନିର୍ମାଣ ଟ୍ରାଫିକ୍ ସମସ୍ୟାକୁ ନିଶ୍ଚିତ ଦୁରକରିପାରିବ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।