ଇନର ହୁଇଲ କ୍ଲବ ଶ୍ରୀଜଗନ୍ନାଥଧାମ ପୁରୀ ଆନୁକୂଲ୍ୟରେ କ୍ଲବର ସଂସ୍ଥାପନ ଦିବସ ପାଳନ ।
ଗତକାଲି ସନ୍ଧ୍ୟା ସମୟରେ ଇନରହୁଇଲ କ୍ଲବ ଶ୍ରୀଜଗନ୍ନାଥଧାମ ପୁରୀ ପକ୍ଷରୁ ଉକ୍ତ କ୍ଲବର ଇଂସ୍ଟଲେସନ ସେରେମନି ହୋଟେଲ ହଲିଡେ ରିସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଇଂସ୍ଟଲେସନ ସେରୀମନିରେ କ୍ଲବର ୨୦୨୫/୨୦୨୬ବର୍ଷ ନିମନ୍ତେ ନୂତନ ସଭାପତି ଜ୍ୟୋତିର୍ମୟୀ ମହାନ୍ତି ଓ ସମ୍ପାଦିକା କଲ୍ୟାଣି ମଲିକ କ୍ଲବର ଦାଇତ୍ଵ ଗ୍ରହଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ୩୨୬୨ରୋଟାରୀ ଜିଲ୍ଲାର ପ୍ରାନ୍ତପାଳ ରୋଟାରୀଆନ ମନୋଜ କୁମାର ତ୍ରିପାଠୀ ଏବଂ ଇନର ହୁଇଲ ୩୨୬ଜିଲ୍ଲାର ଚେୟାରମ୍ୟାନ ମଧୁସ୍ମିତା ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।ଅତିଥି ଦ୍ବୟ ଉକ୍ତ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ରେ ଦୁଇଜଣ ନୂତନ ସଭ୍ୟଙ୍କୁ କ୍ଲବ ର ମେମ୍ବର ଭାବେ ଗ୍ରହଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ପୂର୍ବତନ ସଭାପତି ମୁନ ମୁନ ଦଶଗୁପ୍ତା,ସମ୍ପାଦିକା ମିତାଲି ଦଶଗୁପ୍ତା ନୂତନ ସଭାପତି ଓ ସମ୍ପାଦିକା ଙ୍କୁ କ୍ଲବର ଦାୟିତ୍ୱ ହସ୍ତାନ୍ତର କରିଥିଲେ ।ସଭାପତି କ୍ଲବର ସଭ୍ୟ ମାନଙ୍କୁ ଉପହାର ପ୍ରଦାନ କରିଥିଲେ ।ନିରୂପମା ଷଡଙ୍ଗୀ,ବନ୍ଦିତା ସାହୁ,କୋମଲ ରାଜ ପାତ୍ର ,ଦୀପ୍ତିମୟୀ ଦାସ,କ୍ଲବର କାର୍ଯ୍ୟକର୍ତା ଭାବରେ ଦାଇତ୍ଵ ଗ୍ରହଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ ପାଇଁ କବିତା ସାହୁଙ୍କୁ ଏକ ସିଲେଇ ମେସିନ ପ୍ରଦାନ କରାଯାଇଥିଲା।ସମ୍ପାଦିକା ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ସଭ୍ୟା ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
