March 8, 2026

ପ୍ରେମ ପାଇଁ ଅକଥନୀୟ ଯନ୍ତ୍ରଣା: ବଳଦ ହୋଇ ଚଷିଲେ, ଗାଁରୁ ତଡ଼ା ଖାଇଲେ..

IMG-20250712-WA0042
Share

 

ଗାଁ ନିଷ୍ପତ୍ତି ବିରୁଦ୍ଧରେ ପ୍ରେମ କରି କଙ୍ଗାରୁ କୋର୍ଟରେ ଦଣ୍ଡିତ ହୋଇଛନ୍ତି ପ୍ରେମୀଯୁଗଳ। ବଳଦ ହୋଇ ଜମି ଚାଷ କରିବା ସହ ବେତ ପାହାର ଖାଇଛନ୍ତି। କେବଳ ଏତିକି ନୁହେଁ, ଅକଥନୀୟ ନିର୍ଯାତନା ପରେ ଗାଁରୁ ଉଭୟଙ୍କୁ ତଡ଼ି ଦିଆଯାଇଛି

 

ପ୍ରେମ ପାଇଁ ଅକଥନୀୟ ଯନ୍ତ୍ରଣା: ବଳଦ ହୋଇ ଚଷିଲେ, ଗାଁରୁ ତଡ଼ା ଖାଇଲେ

କଲ୍ୟାଣସିଂହପୁର: ଗାଁ ନିଷ୍ପତ୍ତି ବିରୁଦ୍ଧରେ ପ୍ରେମ କରି କଙ୍ଗାରୁ କୋର୍ଟରେ ଦଣ୍ଡିତ ହୋଇଛନ୍ତି ପ୍ରେମୀଯୁଗଳ। ବଳଦ ହୋଇ ଜମି ଚାଷ କରିବା ସହ ବେତ ପାହାର ଖାଇଛନ୍ତି। କେବଳ ଏତିକି ନୁହେଁ, ଅକଥନୀୟ ନିର୍ଯାତନା ପରେ ଗାଁରୁ ଉଭୟଙ୍କୁ ତଡ଼ି ଦିଆଯାଇଛି। ଏଭଳି ଅମାନବୀୟ ଘଟଣା ଘଟିଛି ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ। ପ୍ରେମ ବିବାହ କରିଥିବା ଗ୍ରାମର ଯୁବତୀ ଲାକ ସାରକା (୩୩) ଓ ଯୁବକ କଡ଼ିଆ ସାରକା (୨୯) ‌ଗୋଟିଏ ବଂଶର। ସମ୍ପର୍କରେ ପିଉସୀ ଓ ପୁତୁରା। ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ। କିନ୍ତୁ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ରହିଥିବାରୁ ସେମାନେ ନିଷ୍ପତ୍ତି ବିରୁଦ୍ଧରେ ଯାଇଥିଲେ। ଦିନେ ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲୋକ ଦେଖିବା ପରେ କୁଟୁମ୍ବ ବୈଠକ ବସି ପରମ୍ପରା ମୁତାବକ ଦଣ୍ଡ ଶୁଣାଇଥିଲେ।

 

ପରମ୍ପରା ନାଁରେ ମଧ୍ୟଯୁଗୀୟ ବର୍ବରତା

 

ପ୍ରେମୀଯୁଗଳଙ୍କୁ ଗ୍ରାମ ଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ଜମିରେ ହଳ କରାଇଥିଲେ। ଉଭୟଙ୍କ କାନ୍ଧରେ ଯୁଆଳି ପକାଇ କ୍ଷେତରେ ଚାଷ କରାଇଥିଲେ। ପରେ ଗ୍ରାମବାସୀ ଜରିମାନା ସ୍ବରୂପ କିଛି ଟଙ୍କା ଆଦାୟ କରି ଉଭୟଙ୍କୁ ଗାଁ ଛାଡ଼ି ଚାଲିଯିବାକୁ କହିଥିଲେ। ନିଜ ଭୁଲ୍‌ ପାଇଁ ଗାଁକୁ ବଦନାମ ନ କରିବାକୁ ଗ୍ରାମବାସୀ ଚେତାବନୀ ମଧ୍ୟ ଦେଇଥିଲେ। ଫଳରେ ପ୍ରେମୀଯୁଗଳ ଗାଁ ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରେମୀଯୁଗଳ ଜମିରେ ହଳ କରୁଥିବା ଭିଡିଓ ଘୂରି ବୁଲିବା ପରେ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।