October 5, 2024

ପୁରୀଜିଲ୍ଲା ଜୁନିଅର ରେଡ଼କ୍ରସ, ଭାରତ ସ୍କାଉଟ୍ସ ଓ ଗାଇଡ଼ସ ତରଫରୁ ରଥଯାତ୍ରା ସେବାଶିବିର ଅନୁଷ୍ଠିତ ହୋଇଯାଇଛି

Share

 

ପୁରୀଜିଲ୍ଲା ଜୁନିଅର ରେଡ଼କ୍ରସ, ଭାରତ ସ୍କାଉଟସ ଓ ଗାଇଡ଼ସ ତରଫରୁ ରଥଯାତ୍ରା ସେବାଶିବିର ଗୁଣ୍ଡିଚା ଠାରୁ ସୁନାବେଶ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ପୁରୀଜିଲ୍ଲାର ମୋଟ ପଚିଶିଟି ସ୍କୁଲର ଜୁନିଅର କାଉନସେଲର ସ୍କାଉଟ ଗାଇଡ଼ସ ସ୍କାଉଟ ମାଷ୍ଟର ଗାଇଡ଼କ୍ୟାପଟେନ ରୋଭର ଓ ରେଞ୍ଜର ତଥା ଅନ୍ୟାନ୍ୟ ଅଫିସିଆଲ ଅଂଶଗ୍ରହଣ କରି ଲେମ୍ବୁ ସର୍ବତ ପାଣି ବୋତଲ ବାଣ୍ଟିବା ସହିତ ରାସ୍ତା ସଫେଇ କରିଛନ୍ତି l ଏହି କାର୍ଯ୍ୟକ୍ରମ ଶ୍ରୀଗୁଣ୍ଡିଚା ଠାରୁ ସୁନାବେଶ ପର୍ଯ୍ୟନ୍ତ ଚାଲିବ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷାଧିକାରୀ ତଥା ଜୁନିଅର ରେଡ଼କ୍ରସ ଚେୟାରମ୍ୟାନ ଓ ସ୍କାଉଟ ଗାଇଡ଼ର ଜିଲ୍ଲା ମୁଖ୍ୟ କୋଡିନେଟର ଦୀପକ କୁମାର ପାଢ଼ୀ, ଜିଲ୍ଲା ସେକ୍ରେଟାରୀ ମହେନ୍ଦ୍ର କୁମାର ବିଶ୍ୱାଳ, ଜିଲ୍ଲା ସ୍କାଉଟ କୋଡିନେଟର ରମେଶ ଚନ୍ଦ୍ର ପଣ୍ଡା, ଗାଇଡ଼ ରୂପଶ୍ରୀ ଛୋଟରାୟ, ଜିଲ୍ଲା ସ୍କାଉଟ ଅର୍ଗାନାଇଜ କୋଡିନେଟର ଦେବାଶିଷ ମିଶ୍ର, ଗାଇଡ଼ ମିନାକ୍ଷୀ ମିଶ୍ର ଓ ଜୁନିଅର ରେଡ଼କ୍ରସ ଅଫିସର ବିଦ୍ୟାଧର ମିଶ୍ର ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କ ସହିତ ମିଶି ସାଫଲ୍ୟ ମଣ୍ଡିତ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ