ଲୋଚାପଡାରେ ବିଜେପିର ଗରିବ କଲ୍ୟାଣ ସମାବେଶ
ଲୋଚାପଡାରେ ବିଜେପିର ଗରିବ କଲ୍ୟାଣ ସମାବେଶ
କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ନିମଖଣ୍ତି ମଣ୍ଡଳ ତରଫରୁ ଲୋଚାପଡା ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ବୁଧବାର ମଧ୍ୟାହ୍ନ ସମୟରେ ଗରିବ କଲ୍ୟାଣ ସମାବେଶରେ ମଣ୍ଡଳୀ ସଭାପତି ଚଣ୍ଡିଚରଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜନସମ୍ପର୍କ ରୁ ଜନସମର୍ଥନ ଅଭିଯାନରେ ଯୋଡ଼ି ହେବା ପାଇଁ ୯୦୯୦୯୦୨୦୨୪ ନମ୍ବର ମିସଡ୍ କଲ କରନ୍ତୁ। ସହ କେନ୍ଦ୍ରର ମୋଦି ସରକାରଙ୍କ ଲୋକ ପ୍ରିୟତା ଓ ବିକାଶର ଧାରାକୁ ନେଇ ଆଗାମୀ ୨୦୨୪ ନିର୍ବାଚନ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟିବ ବୋଲି କହିଥିଲେ। ଦେଶର ବିଜେପି ସରକାର ବିଗତ ୯ ବର୍ଷର ଶାସନ କରି ଓଡ଼ିଶାର ଗରିବ ଲୋକଙ୍କ ପାଖରେ ସବୁ ଯୋଜନା ପ୍ରାଧାନ୍ୟ ଦେଉଛନ୍ତି। ବିଜେପି ସଦସ୍ୟ ପାଇଁ ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଏଲ୍.ମୋହନ ଦାସ ନିଜ ବକ୍ତବ୍ୟରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ଅବଗତ କରିବା ସହ ରାଜ୍ୟ ସରକାରଙ୍କ ଦୈରାମ୍ୟୂ ଆଗାମୀ କିପରି ମୁକାବିଲା କରିବା ସହ ଦଳକୁ କିପରି ମଜବୁତ କରାଯାଇପାରିବ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ, ସରୋଜ ସାବତ, ଗଙ୍ଗାଧର ଶତପଥି, ରାଜେଶ ସାହୁ, ବାଳକୃଷ୍ଣ ସାମନ୍ତରାୟ, ରାଜିବ ମିଶ୍ର, ପ୍ରଭାତ ଷଡ଼ଙ୍ଗୀ , ଡା.ସୁବାଷ ସାହୁ, ବୋରିଗାଁ ସରପଞ୍ଚ ପ୍ରତିନିଧି କୃଷ୍ଣଚନ୍ଦ୍ର ସାହୁ, ସମିତି ସଭ୍ୟ ସନ୍ତୋଷ କୁମାର ସାହୁ , ଗୁରୁଣ୍ଠି ସମିତି ସଭ୍ୟା ପ୍ରତିନିଧି ଚନ୍ଦ୍ରଶେଖର ଦାସ, ଗଣେଶ ବେହେରାଙ୍କ ସମେତ ବିଭିନ୍ନ ଲୋଚାପଡ଼ା, ଗୁରୁଣ୍ଠି, ହୁଗୁଳାପଟ୍ଟା, ବୋରିଗାଁ ବହୁ ଗ୍ରାମର କର୍ମୀ ଓ ନେତାଙ୍କୁ ସଂଘଠିତ କରି ଆଗାମୀ ଦିନରେ ନିର୍ବାଚନ ଦୃଷ୍ଟିକୁ ଲକ୍ଷ ରଖି କେନ୍ଦ୍ରରେ ନେତୃତ୍ୱlଧିନ ମୋଦି ସରକାରଙ୍କ ୯ ବର୍ଷ ପୂରଣର ସଫଳତା ବିଷୟରେ ଆଲୋକପାତ କରିବା ସହ ଆଗାମୀ ଦିନରେ ମଣ୍ଡଳ ସ୍ତରରେ ଏବଂ ବୁଥ ସ୍ତରରେ କିପରି ଦଳକୁ ମଜବୁତ କରାଯାଇପାରିବ ସେହି ସମ୍ପର୍କରେ ଆଲୋଚନା କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ