March 12, 2026

ପଙ୍କପାଳ ବଜାରରେ ଫୁଟିଲା ବନ୍ଧୁକ ସହ ଦୁଇ ଜଣକୁ ମାଡ଼ି ବସିଲା କୁଜଙ୍ଗ ପୋଲିସ ..

IMG-20250612-WA0007
Share

 

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ରିତିମତେ ଆତଙ୍କ ବଢ଼ିବାରେ ଲାଗିଛି। କୁଜଙ୍ଗ ଥାନା ରେ ଅଭିଯୋଗ ପରେ ଅଭିଯୋଗ ର ଲମ୍ବା ଫର୍ଦ୍ଦ ଦାଖଲ ହେଉଥିବା ବେଳେ ପୋଲିସ ର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଜଣାପଡିଛି। କୁଜଙ୍ଗ ଥାନା ପଙ୍କପାଳ ବଜାରରେ ଦୁଇଜଣ ଜୁବକ ବନ୍ଧୁକ ଦେଖାଇ ଦୋକାନୀ ମାନଙ୍କୁ ଭୟବିତ କରାଇ ଜୋର୍ ଜବରଦସ୍ତ ଦାଦା ବଟି ଆଦାୟ କରୁଥିବା ନେଇ ବିଷେସ ସୁତ୍ରରୁ କୁଜଙ୍ଗ ଥାନା ପୋଲିସ ଖବର ପାଇଁ ଏକ ସ୍ଵତନ୍ତ୍ର ଟିମ୍ ସହିତ ଘଟଣା ସ୍ଥଳରେ ପହଁଚିଥିଲା କୁଜଙ୍ଗ ଥାନା iic ବଂଶୀଧର ପ୍ରଧାନ asi ରଶ୍ମିରଞ୍ଜନ ଦାସ ଓ ତାଙ୍କ ଟିମି ଏକ ଘଣ୍ଟା ଅପରେସନ ପରେ ଦୁଇଜଣ କୁ କାବୁ କରିବାରେ ସଫଳ ହୋଇଥିଲା।ଅତର୍କିତ ଭାବେ ଚଢ଼ାଉ କରି ଦୁଇ ଦୃବୁତ୍ତ ମନୋଜ ଦାସ ଓ ଜଗନ୍ନାଥ ପରିଡ଼ା ନାମକ ବ୍ୟକ୍ତି କୁ କାବୁ କରିବା ସହିତ ମନୋଜ ଦାସଙ୍କ ନିକଟରୁ ଏକ ବନ୍ଧୁକ ଓ ମାଗାଜିନ୍ ଜବତ କରିଛି ଏକ ଅଲ୍ଟୋ କାର ଜାହାର ନମ୍ବର OD 33AK 7810 ଥିବା ଗାଡ଼ି ଓ ଦୁଇଟି ମୋବାଇଲ ଜବତ୍ କରିବା ସହିତ କୁଜଙ୍ଗ ଥାନା ରେ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ତାଙ୍କ ନାମରେ ୨୧୮/୨୫ ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି ପଙ୍କପାଳ ବଜାର ଓ ଉକ୍ତ ଅଞ୍ଚଳରେ ଅନେକ ଅସାମାଜିକ କେସରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା ଏବଂ ମନୋଜ ଦାସ ଓ ଜଗନ୍ନାଥ ପରିଡ଼ା ଦୁଇ ଜଣ ଙ୍କ ନାମରେ ଅନେକ ମାମଲା ଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଏସ ଡି ପିଓ ଚିନ୍ମୟ ଦାସ ସୁଚନା ପ୍ରଦାନ କରିଛନ୍ତି।

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )