ଦେବସ୍ନାନ ପୂର୍ଣ୍ଣିମା ରେ ବନ୍ଧୁ ମିଳନ
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହର ର ଯୁବ ସ୍ଵେଚ୍ଛାସେବୀ ସୁଧୀର ଭାଇ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସହର ସ୍ଥିତ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସୁଦାମ ଚରଣ ଜେନାଙ୍କ ସଭାପତିତ୍ୱରେ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା l ଗଞ୍ଜାମ ସହରର କିପରି ବିକାଶ ଓ ଉର୍ନୟନ କାର୍ଯ୍ୟ ହୋଇ ପାରିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା l ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟପନ୍ଥା ଗ୍ରହଣ କରିବା ସେଥିପାଇଁ ସମସ୍ତଙ୍କ ମତ ଲୋଡ଼ିଥିଲେ ସୁଧୀର l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୱାର୍ଡ ନ 10 ସୁଜାତା ମହାନ୍ତି,ୱାର୍ଡ ନ 4ସବିତା ବେହେରା, ୱାର୍ଡ ନ 8 ମହାଲକ୍ଷ୍ମୀ ନାୟକ, ୱାର୍ଡ ନ 12 ପି ଚନ୍ଦ୍ରଶେଖର ରେଡି, ୱାର୍ଡ ନ ୯ ସ୍ୱାଗତ ଆଶିଷ ନାୟକ ପ୍ରମୁଖ କାଉନସିଲର ଙ୍କ ସମେତ ,ପୂର୍ବତନ ଅଧକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକି, ବରିଷ୍ଠ ନେତା ସୁଦାମ ଚରଣ ଜେନା , ,ପୂର୍ବତନ ସାଂସଦ ପ୍ରତିନିଧି ସୁଦାମ ଚରଣ ପଲାଇ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ବୟୋଜ୍ୟେଷ୍ଠ ନେତା ନବକୃଷ୍ଣ ପଣ୍ଡା, ଶ୍ରମିକ ସଂଗଠନ ନେତା ପ୍ରଣବ ପ୍ରଧାନ ,ଯୁବ ନେତା ଅଶୋକ ପଲାଇ, ଧରଣୀଧର ସାହୁ,ପ୍ରତିକ କୁମାର ରାଉଳ,ବିଶ୍ୱଭୂଷଣ ଦଳାଇ, ମନୋଜ ପ୍ରଧାନ, ପପି ମହାଙ୍କୁଡ, ନିରଞ୍ଜନ ପରିଡା, ବିଭୁତି ପଲାଇ, ପପୁ ପଣ୍ଡା, ଶିବରାମ ଜେନା, ପ୍ରଦୀପ ବେହେରା, ଏଲେୟା ରେଡି,ଜଗବନ୍ଧୁ ଦାସ, କିରଣ ପଲଇ, ମାନସ ମହାରଣା, ବିଭୁ ପଲାଇ ଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ l
