ଭାବବିଭୋଳରେ ବିଦାୟ ନେଲେ ମା’ ‘ଲଛମନ ଢେପର ଠାକୁରାଣୀ ପର୍ବ ବିସର୍ଜନ’

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣପୁର : ବିଗତ ୫ଦିନ ଧରି ମହାଆଡମ୍ବର ଓ ରୀତିନୀତି ଅନୁସାରେ ପୂଜାପାଠ ହେବାସହ ବେଜୁନାଚ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଠାକୁରାଣୀ ପର୍ବ ଲଛମନ ଢେପରେ ଅନୁଷ୍ଠିତ ହୋଇଥିଲା ।
ସେହିପରି ଦୀର୍ଘ ୨୫ ବର୍ଷ ପରେ ମା ଆସିଥିବାରୁ ୧୮ଟି ଘଟହାଣ୍ଡି ଆସି ଲଛମନ ଢେପ ଅଞ୍ଚଳଟି ଚଳଚଞ୍ଚଳ ହୋଇ ଉଠୀଥିଲା । ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ବେଶ ବହୁତ ଚିତାକର୍ଷକ ଥିଲା। ଠାକୁରାଣୀ ଯାତ୍ରା ପାଇଁ ପାଞ୍ଚ ଦିନ ଦୁଲୁକିଲା ତିନିସାହି । ପୁରୋହିତ କିଚୁ,ରାଜା ଓ କିସାନ ରୀତିନୀତି ହିସାବରେ ପୂଜା କରିଥିଲେ । ଆଜି ସନ୍ଧ୍ୟା ରେ ଶତାଧିକ ଲୋକଙ୍କ ମେଳିରେ ସହର ପରିକ୍ରମା କରି ଘଟ ସବୁ ବିସର୍ଜନ କରାଯାଇଥିଲା ।
ଏହି ଯାତ୍ରାକୁ ପଞ୍ଚାନନ ହୋତା,ସୁଜିତ ଶତପଥୀ,ଶିବ ପ୍ରସାଦ ଗୌଡ଼,ବି.ମୁରଲୀ ମୋହନ ରାଓ,ମୁନା ଚୌଧୁରୀ,ସଞ୍ଜୟ ପଣ୍ଡା,ସୁଦାମ ପାଢ଼ି,କଣ୍ଡା ବେହେରା, ଜି.ଚିରଞ୍ଜିବୀ,ଏମ୍.ତେଜା, ଛବିଲାଲ ମିଶ୍ର,ଅନିଲ ସାହୁକାର,ରାଜୀବ ପଣ୍ଡା, ରମି ପାତ୍ର , ଟୁଟୁ ମହାପାତ୍ର, ବୁଡୁ. ରାଜୁ, ପ୍ରମୋଦ ନାୟକ,ସିମାଞ୍ଚଳ ମହାରଣା, ଚୀନା, ରାଜା,ଏସ୍.ସନ୍ତୋଷ ,କୈଳାଶ ବେହେରା, ପି.ବାବୁରାଓ, ଜଗା ପ୍ରଧାନ ପ୍ରମୁଖ ଯାତ୍ରା ପରିଚାଳନାରେ ମୁଖ୍ୟ ଦାଇତ୍ତ୍ଵ ତୁଲାଇଥିଲେ ।