September 29, 2024

ପାରିବାରିକ ଅଶାନ୍ତିରୁ ମହିଳାଙ୍କ ଆତ୍ମହତ୍ୟା

Share

 

ବେଲଗୁଣ୍ଠା,11/06, ପାରିବାରିକ ଅଶାନ୍ତିର କରୁଣ ପରିଣତି ଦେଖିବାକୁ ମିଳିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମରେ I ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ମହିଳା I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମର ଉମାକାନ୍ତ ସାମଲଙ୍କ ଧର୍ମପତ୍ନୀ ତପସ୍ୱିନୀ ସାମଲ (34) କୌଣସି କାରଣରୁ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି I ପରିବାର ଲୋକେ ଦିନ 12 ଘଣ୍ଟା 30 ମିନଟ୍ ସମୟରେ ତପସ୍ୱିନୀକୁ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର କରି ଗୋବରା ମେଡ଼ିକାଲରେ ଭର୍ତ୍ତି କରିଥିଲେ I ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ I ତପସ୍ୱିନୀ ପାରିବାରିକ ଅଶାନ୍ତିରୁ ମୃତ୍ୟୁ ବରଣ କରିଥିବା ଗାଙ୍ଗପୁର ପୋଲିସ୍ ସୂତ୍ରରୁ ପ୍ରକାଶ I ତପସ୍ଵିନୀଙ୍କର ଦୁଇଟି ପୁଅ ଥିବା ସୂଚନା ମିଳିଛି I(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)