September 29, 2024

ବିଜେପି ସରକାର ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପାଖରେ ନିମନ୍ତ୍ରଣ କରିଛନ୍ତି ଭାରତୀୟ ଜନତା ପାର୍ଟିର ବିଧାୟକମାନେ l

Share

       ବିଜେପି ସରକାର ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପାଖରେ ନିମନ୍ତ୍ରଣ କରିଛନ୍ତି ଭାରତୀୟ ଜନତା ପାର୍ଟିର ବିଧାୟକମାନେ l

ଆସନ୍ତା କାଲି ବିଜେପି ସରକାର ର ନୂତନ ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଗ୍ରହଣ ହେବାକୁଯାଉଛି। ଏହି ଶପଥ ଗ୍ରହଣ ଉତ୍ସବ କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଗୁଆ , ନଡ଼ିଆ , ଅରୁଆ ଚାଉଳ, ନିମନ୍ତ୍ରଣ ପତ୍ର ଓ ବସ୍ତ୍ର ଦେଇ ନିମନ୍ତ୍ରଣ କରିଛନ୍ତି ବିଜେପି ନେତା।
ଛତିଶଗଡ ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ , ପୁରୀ ର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ , ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ , ନିମାପଡା
ବିଧାୟିକା ପ୍ରଭାତୀ ପରିଡା , ହିରାଶିଷ ଆଚାର୍ଯ୍ୟ ଏବଂ ବିଜେପି କର୍ମୀ ତଥା ବରିଷ୍ଠ ସେବାୟତ ମଧୁ ସୂଦନ ସିଂହାରୀ,ଓ ଭବାନୀ ମହାପାତ୍ର, ଜୟନ୍ତ ଦାସ ପ୍ରଭୃତି ନେତା ମାନେ ଆସି ମହାପ୍ରଭୁ ଙ୍କୁ ଆସନ୍ତା କାଲି ପାଇଁ ନିମନ୍ତ୍ରଣ ଦେଇଥିଲେ। ପୁରୀ ର ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ ଷଢଙ୍ଗୀ କହିଥିଲେ
ଓଡିଶା ରେ ସରକାର ଗଠନ ହେବା ପରେ ପୁରା ଦମ ରେ କାମ ହେବ, ଓଡିଶା ର ସବୁ ବର୍ଗ ର ଲୋକ ନ୍ୟାୟ ପାଇବେ ଓ ରାଜ୍ୟ ରେ ବେକାରୀ ହ୍ରାସ ହେବ ତୁରନ୍ତ ଶ୍ରୀ ମନ୍ଦିର ଚାରିଦ୍ୱାର ତୁରନ୍ତଖୋଲିବ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ ।