March 10, 2026

ଜାଲ ଜାତିଗତ ପ୍ରମାଣପତ୍ରରେ ଶିକ୍ଷୟତ୍ରୀଙ୍କସରକାରୀଚାକିରୀ ସୂଚନା ଅଧିକାରଆଇନବଳରେ ତଥ୍ୟସଂଗ୍ରହରୁ ଜଣା ପଡ଼ିଛି

IMG-20230612-WA0039
Share

ଜାଲ ଜାତିଗତ ପ୍ରମାଣପତ୍ରରେ ଶିକ୍ଷୟତ୍ରୀଙ୍କସରକାରୀଚାକିରୀ ସୂଚନା ଅଧିକାରଆଇନବଳରେ ତଥ୍ୟସଂଗ୍ରହରୁ ଜଣା ପଡ଼ିଛି

ପାରଳାଖେମୁଣ୍ଡି:୧୨/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଜାଲ୍ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ସରକାରୀ ଚାକିରୀ ଶିକ୍ଷୟତ୍ରୀ ଭାବେ ଚାକିରି କରୁଥିବା ନେଇ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକରୁ ଏବଂ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ଭାବି ଶ୍ୱଶୁର l ସୂଚନା ପ୍ରକାରେ ମୋହନା ବ୍ଲକ ଅନ୍ତର୍ଗତ ଗୁଡ୍ରିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ କୁମାରୀ ସରିତା ୨୦୦୭ ମସିହାରେ ହିନ୍ଦୁପାଣ ( ହରିଜନ ) ଜାତି ପ୍ରମାଣ ପତ୍ର ଦାଖଲ କରି ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ l ଗତ ୩ ବର୍ଷ ତଳେ ସରିତାଙ୍କ ମୋହନା ଖ୍ରୀଷ୍ଟିଆନ ସାହି ନିବାସୀ ବିକ୍ରମାଦିତ୍ୟ ସାମଲଙ୍କ ପୁଅ ସହ ସରିତା ଙ୍କ ବିବାହ ପାଇଁ ନିର୍ବନ୍ଧ ହୋଇଥିଲା l କିଛିଦିନ ସରିତା ବିକ୍ରମଙ୍କ ଘରେ ରହିଥିଲେ। ପରେ କୋଭିଡ ଲକ୍ ଡାଉନ ସମୟରେ ବିକ୍ରମାଦିତ୍ୟଙ୍କ ପୁଅ ସହ ସରିତାଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା। ଏଣୁ ଏହିଘଟଣାକୁ ନେଇ ବିକ୍ରମାଦିତ୍ୟଙ୍କ ପରିବାର ସରିତାଙ୍କୁ ୫ ଲକ୍ଷ ଟଙ୍କା ଦେବାପାଇଁ ଚାପ ପକାଇବା ଯୋଗୁଁ ସେ ବିକ୍ରମଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ବିରୋଧରେ ଜାତିଆଣ ମାମଲା ରୁଜୁକରିଅଡବାଚାଲିଆସିଥିଲେ ତେଵେ ସରିତା ଜଣେ ପାଣ
ଖ୍ରୀଷ୍ଟିଆନ ଝିଅ ହୋଇ କିଭଳି ଶିକ୍ଷକତା କରୁଛନ୍ତି ଏବଂ ଜାତିଆଣ ମାମଲା ରୁଜୁ କଲେ ତାହା ଜାଣିବା ପାଇଁ ଭାବି ଶ୍ୱଶୁର ବିକ୍ରମ ସୂଚନା ଅଧିକାର ଆଇନ ବଳରେ ମୋହନା ତହସିଲକୁ ତଥ୍ୟ ମାଗିଥିଲେ l ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଆଧାରରେ ତହସିଲଦାର ସରିତା ଜଣେ ପାଣ ଖ୍ରୀଷ୍ଟିଆନ ଝିଅ ବୋଲି ତଥ୍ୟ ପ୍ରଦାନ କରିଥିଲେ। ଏହି ତଥ୍ୟକୁ ନେଇ ବିକ୍ରମ ଜ଼ିଲ୍ଲା ଶିକ୍ଷାଅଧିକାରୀଙ୍କ ଠାରୁ ଆରମ୍ଭ କରି ଜ଼ିଲ୍ଲାପାଳ, ୫-ଟି ସଚିବଓଗଣଶିକ୍ଷାମନ୍ତ୍ରୀଙ୍କ ଠାରେ ସରିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କେବେ କାର୍ଯ୍ୟକାରୀ ହେବ ଓ ଜ଼ିଲ୍ଲା ପ୍ରଶାସନ ଜାଲ୍ ଜାତିଗତ ପ୍ରମାଣପତ୍ରଧାରୀ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ହିଁ ଅପେକ୍ଷା l