March 10, 2026

ମଳାସପଦର ଗ୍ରାମ ପଞ୍ଚାୟତ କୁ ଯାତ୍ରୀ ବାହି ବସ ଚଳାଇବାକୁ ଦାବୀ ..

IMG-20250512-WA0057
Share

 

ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ର ମଳାସପଦର ଗ୍ରାମ ପଞ୍ଚାୟତ ମୋହନା ଠାରୁ ୨୫ କିଲୋମିଟର ଦୂର ଅଟେ। ମୋହନା ବ୍ଲକର ବହୁ ଅଞ୍ଚଳ କୁ ରାଜ୍ୟ ସରକାର ଙ୍କ ଲକ୍ଷ୍ମୀ ବସ ଯାତାୟାତ କରୁଥିବା ବେଳେ କେବଳ ମଳାସପଦର ପଞ୍ଚାୟତ କୁ ଯାତ୍ରୀ ବାହି ବସ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଦୈନିକ ଯାତାୟାତ କରୁନଥିବା ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ପୂର୍ବେ ଏକ ବେସରକାରୀ ବସ ସେହି ଅଞ୍ଚଳ ରୁ ବ୍ରହ୍ମପୁର ଯାତାୟାତ କରୁଥିବା ବେଳେ ଗଜପତି ଜିଲ୍ଲା ର ସଦର ମହକୁମା କୁ ଯାତାୟାତ କରୁନାହିଁ। ତେଣୁ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ମୋହନା ବ୍ଲକ ର ମଳାସପଦର ଅଞ୍ଚଳ କୁ ବସ ଯାତାୟାତ କଲେ ସେହି ଅଞ୍ଚଳ ର ଏକାଧିକ ଗ୍ରାମ ବାସୀ ଉପକୃତ ହେବା ସହ ସମସ୍ତ ସରକାରୀ ଯୋଜନା ଗୁଡିକ ପାଇବାକୁ ସକ୍ଷମ ହୋଇପାରିବେ ବୋଲି ଦାବୀ ହେଉଛି।