ମିଡ଼ିଆ କ୍ଲବ ଗୁଣୁପୁରର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଗୁଣୁପୁର, (ସୁରେନ୍ଦ୍ର ମହାନ୍ତି )ମିଡିଆ କ୍ଲବ ଗୁଣୁପୁରର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। କେୟାର ୧.୦ ନାମରେ ଏହି କାର୍ଯ୍ୟକ୍ରମ ଅତି ଆଡମ୍ବର ସହ ଗୁଣୁପୁର ସ୍ଥିତ ନିମନ୍ତ୍ରଣ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ମିଡ଼ିଆ କ୍ଲବ ସହ ସମ୍ପାଦକ ଶ୍ରୀ ଦିଲୀପ ରାଜଗୁରୁ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଆବାହକ ଶ୍ରୀ ଜିତେନ୍ଦ୍ର କୁମାର ଶତପଥୀ ବାର୍ଷିକ ବିବରଣୀ ପାଠ କରି, ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ସ୍ଥାନୀୟ ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ଡ଼. ଚନ୍ଦ୍ରଧ୍ୱଜ ପଣ୍ଡା ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଗୁଣୁପୁର ମୁନିସିପାଲିଟି ଅଧକ୍ଷା ଶ୍ରୀମତୀ ମମତା ଗୌଡ଼ ଏବଂ ଗୁଣୁପୁର ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନ୍ମଞ୍ଜୟ ବେହେରା ଙ୍କ ସହ ମିଡ଼ିଆ କ୍ଲବ ଗୁଣୁପୁରର ସଭାପତି ଶ୍ରୀ ଅନିଲ ସାହୁକାର, ଆବାହକ ଶ୍ରୀ ଜିତେନ୍ଦ୍ର କୁମାର ଶତପଥୀ ଓ ସମ୍ପାଦକ ଶ୍ରୀ ଜଗନ୍ନାଥ ମହାନ୍ତି ମଂଚାସୀନ ଥିଲେ। ମଂଚାସୀନ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ମିଡ଼ିଆ କ୍ଲବ ଗୁଣୁପୁର ର ଉଚ୍ଚ ଭବିଷ୍ୟତ କାମନା କରିଥିଲେ।ଏବଂ ସାମ୍ବାଦିକ ମାନଙ୍କ ସମାଜ ପ୍ରତି ରହିଥିବା ଦାୟିତ୍ୱ ବୋଧକତାକୁ ଅତି ସରଳ ଭାବେ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେବା ସମାଜର ସମ୍ପାଦିକା ସୁଶ୍ରୀ ରାଜେଶ୍ୱରୀ ଦଳାଇ ଓ ଗୁଣୁପୁର ମୁନିସିପାଲିଟି ଅଧକ୍ଷା ଶ୍ରୀମତୀ ମମତା ଗୌଡ଼ ଙ୍କୁ ମାତୃଦିବସ ଅବସରରେ ଗୁଣୁପୁର ସୁ-ମାତା ରୂପେ ମୋମେଣ୍ଟ ସହ ଉପଢ଼ୋକୋଣ ଓ ପୁଷ୍ପ ଗୁଚ୍ଛ ସହ ସମ୍ମାନିତ କରାଯାଇଥିଲା। ସେହିପରି ଗୁଣୁପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ ସୁଶାସକ, ଡ଼ଃ. ଚନ୍ଦ୍ରଧୋଜ଼ ପଣ୍ଡା ଙ୍କୁ ବିଶିଷ୍ଟ ଶିକ୍ଷା ଉଦ୍ୟୋଗୀ, ଗୁଣୁପୁର ଏସ.ଡି. ପି ଆର ଓ ଶ୍ରୀ ଧନ୍ମଞ୍ଜୟ ବେହେରା ଙ୍କୁ ନିଜ ସରଳତା ପାଇଁ ମ୍ୟାନ ଅଫ ସିମ୍ପ୍ଲି୍ସିଟି ଓ ମିଡ଼ିଆ କ୍ଲବ ସଭାପତି ଶ୍ରୀ ଅନିଲ ସାହୁକାରଙ୍କୁ ନିଜର କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ରେ ଭାରତୀୟ ସୈନ୍ୟ ମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ କରାଯାଇଥିବା ପ୍ରାରମ୍ଭିକ ହନୁମାନ ଚାଳିଶା, ଏବଂ କୁନି କୁନି ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ୟତମ ଥିଲା। ବିଗତ ଦିନରେ ମିଡ଼ିଆ କ୍ଲବ ଦ୍ୱାରା ହୋଇଥିବା ବିଭିନ୍ନ ସମାଜ ସଚେତନତା ମୂଳକ କାର୍ଯ୍ୟକ୍ରମ ରେ ସହଯୋଗ କରିଆସୁଥିବା ସ୍ଥାନୀୟ କିଡ଼ସ୍-ଗୀ ପବ୍ଲିକ ସ୍କୁଲ ଓ ବଂସଧାରା ସେକେଣ୍ଡାରୀ ସ୍କୁଲ ର ଅଧକ୍ଷା ଓ ଷ୍ଟାଫ୍ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ମିଡ଼ିଆ କ୍ଲବ ଗୁଣୁପୁର ର ଏଭଳି ପର୍ଯ୍ୟାୟ କ୍ରମିକ କାର୍ଯ୍ୟକ୍ରମ ଦେଖି ମଂଚାସୀନ ଅତିଥି ବୃନ୍ଦ ଏବଂ ଉପସ୍ଥିତ ସମସ୍ତ ସଦଶ୍ୟ ଭୁୟସୀ ପ୍ରଶଂସା କରିଥିଲେ। ନିଜ ଅଭିଭାଷଣ ରେ ମିଡ଼ିଆ କ୍ଲବ ଗୁଣୁପୁର ର ନିଜସ୍ୱ କାର୍ଯ୍ୟକାରି ଗୃହ ଦେବା ନିମନ୍ତେ ସ୍ଥାନୀୟ ବିଧାୟକ ପ୍ରତିଶୃତି ଦେଇ, ସମସ୍ତଙ୍କ ହୃଦୟ ଜିଣିନେଇଥିଲେ। କାର୍ଯ୍ୟକ୍ରମଟିକୁ ମିଡ଼ିଆ କ୍ଲବ ଗୁଣୁପୁର ସମସ୍ତ ସଦସ୍ୟ ଠିକ ଭାବେ ପରିଚାଳନା କରିଥିଲେ। ପ୍ରତ୍ୟେକ ସାଂକୃତିକ କାର୍ଯ୍ୟକ୍ରମ ପରେ ଉକ୍ତ ଅନୁଷ୍ଠାନ ର ଗୁରୁମା ଙ୍କ ସହ ସମସ୍ତ ନୃତ୍ୟ ପରିବେଷଣ କରିଥିବା ଛାତ୍ରୀ ମାନଂକୁ ସାର୍ଟିଫିକେଟ ଦେଇ ଉତ୍ସiହିତ କରାଯାଇଥିଲା। ପରିଶେଷରେ ମିଡ଼ିଆ କ୍ଲବ ଲିଗାଲ ଆଡ଼ଭାଇଜ଼ର ଶ୍ରୀ ରମେଶ ଲିମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।