ବିଶ୍ୱନାଥସ୍ୱର ମନ୍ଦିର ନବଗ୍ରହ ଓ ସିଂହଦ୍ଵାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ପାଲିଆମା -୧୨/୫/୨୫(ଅରୁଣ କୁମାର ପଣ୍ଡା )ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଲିଆମା ଠାରେ ଶ୍ରୀ ବିଶ୍ୱନାଥସ୍ୱର ମହାଦେବ ଙ୍କ ପୀଠରେ ସିଂହଦ୍ଵାର, ତୋରଣ, ମୁଖସାଳା, ଉତ୍ତର ଦ୍ଵାରସ୍ତ ନବଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି ପଣ୍ଡିତ ଶ୍ରୀ ବାସୁଦେବ ମିଶ୍ର ଙ୍କ ପୌରହିତ ରେ ପଣ୍ଡିତ ନୀଳକଣ୍ଠ ଶତପଥି ଓ ଟୁନା ଦାସ, ନରସିଂହ ଦାସ, ରାମଚନ୍ଦ୍ର ଦାସ, ଯଟେଶ୍ୱର ଦାସ ଓ ଅନ୍ୟାନ ପୂରହିତ ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଗ୍ରାମର ଶତାଧିକ ମହିଳା ଶ୍ରୀ ବିଶ୍ୱନାଥ ସ୍ୱର ମହାଦେବ ଙ୍କ ମନ୍ଦିର ନିକଟରୁ କଳସ ରେ ଜଳ ପୂର୍ଣ୍ଣ କରି ଗ୍ରାମ ପରିକ୍ରମା କରିଥିଲେ ଏଥିରେ ଗ୍ରାମ ମନ୍ଦିର କମିଟି ସଭାପତି ଶ୍ରୀ ରାଜ କୁମାର ବସ୍ତିଆ ଙ୍କ ନେତୃତ୍ୱ ରେ ପାଞ୍ଚ ଦିନ ଧରି ଏହି ଯଜ୍ଞ କାର୍ଯ୍ୟକ୍ରମ ପରିଚାଳନା ହେବ।
ପ୍ରଥମ ଦିବସ ଅଙ୍କୁରା ରୋପଣ, ମଣ୍ଡଳୀ କରଣ ଦ୍ୱତୀୟ ଦିବସ ଜଳ ଯାତ୍ରା, ସାଲା ସଂସ୍କାର ତୃତୀୟ ଦିବସ ସାଲା ପୂଜା, ସିଂହ ପୂଜା, ଦେବତା ସ୍ନାନ, ପ୍ରାଣ ପ୍ରତିଷ୍ଠା, ଘୃତ ଯଜ୍ଞ, ସାଧୁ ସନ୍ଥ ମିଳନ,ମହନ୍ତ ଶ୍ରୀ ମନ୍ମଥ ପୁରୀ ମହାରାଜ ଓ ସନ୍ଥ ଙ୍କ ଆଗମନ, ଚତୁର୍ଥ ଦିବସ ନାମଯଜ୍ଞ, ଅନ୍ନ ଯଜ୍ଞ, ଦେବତା ସିଂହାସନ ଆରୋହଣ, ଯଜ୍ଞ ପୂର୍ଣ୍ଣାହୁତି ଓ ଜ୍ଞାନ ଯଜ୍ଞ ପ୍ରବଚକ ବାବାଜୀ ଶ୍ରୀ ଧର୍ମାନନ୍ଦ ଦାସ, ନମଚାର୍ଯ୍ୟ ଶ୍ରୀ ଲକ୍ଷ୍ମୀ ନାରୟଣ ଦାସ ଶେଷ ଦିବସ ରେ ନାମଯଜ୍ଞ ସମାପନ, ଦଧି ହାଣ୍ଡି ଭଙ୍ଗ, ନଗର କୀର୍ତନ, ଯମୁନା ସ୍ନାନ ହୋଇ କାର୍ଯ୍ୟକ୍ରମ ସମାପନ ହବ ଏହି କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟି ଉପ ସଭାପତି ଭଗବାନ ପ୍ରଧାନ, ସାଧାରଣ ସମ୍ପାଦକ ଅନାଦି ନାହାକ ଓ ମନ୍ଦିର କମିଟି ସଦସ୍ୟ ସୁରେଶ ଚନ୍ଦ୍ର ନାହାକ, ଭଗବାନ ମଲିକ, ବିଜୟ ନାହାକ, ଶିବରାମ ବେହେରା, ସଞ୍ଜୟ କୁମାର ପ୍ରଧାନ, ନିରକାର ନାହାକ, ସେନାପତି ପ୍ରଧାନ, ବୃନ୍ଦାବନ ନାହାକ ଓ ଗ୍ରାମର ରବିନ୍ଦ୍ର ନାହାକ, ଡମ୍ବରୁ ନାହାକ, ବିପ୍ର ପ୍ରଧାନ, ମହେଶ୍ୱର ନାହାକ, ରମେଶ ନାହାକ, ରାମହରି ମଲିକ, ବାଇନାଥ ନାହାକ, ସୁଶାନ୍ତ ପ୍ରଧାନ ଏବଂ ଗ୍ରାମର ଶତାଧିକ ବ୍ୟକ୍ତି ଙ୍କ ସହଯୋଗ ଦେଖି ବାକୁ ମିଳିଥିଲା