ଶ୍ରୀ ସତ୍ୟସାଇ ସେବା ସଂଗଠନ୍ ଖୋର୍ଦ୍ଧା ତରଫରୁ ରକ୍ତ ଦାନ ଶିବର ଅନୁଷ୍ଠିତ

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଭଗବାନଙ୍କ ଅପାର କରୁଣାରୁ ଶ୍ରୀ ସତ୍ୟସାଇ ସେବା ସମିତି, ଖୋରଧା ପ୍ରାଙ୍ଗଣରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶା ର ଗ୍ରୀଷ୍ମ କାଳୀନ ସ୍ଵତନ୍ତ୍ର ରକ୍ତଦାନ ଶିବିର “ଅମୃତ ବିନ୍ଦୁ ” ଅନୁଷ୍ଠିତ ହୋଇଯାଇଛି । ତ୍ସକାଳ ୭ଟା ରୁ ଆରମ୍ଭ ହୋଇ ଅପରହ୍ନ୍ନ ୨ ଟା ପର୍ଯ୍ୟନ୍ତ ରକ୍ତ ଦାତା ମାନେ ତାଙ୍କର ବହୁ ମୂଲ୍ୟ ରକ୍ତ ପ୍ରଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗୃହିତ ହେଇଥିଲା । ପୂର୍ବତନ ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ଦାସ ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ଓଡ଼ିଶା ରକ୍ତ ଭଣ୍ଡର,ଖୋରଧା ର ଡାକ୍ତର ସୌରଭ ସୁନ୍ଦର ରାୟ, ଅରୁଣ କୁମାର ସାହୁ, ଝାନସିରାଣୀ ପାତ୍ର, ଶ୍ରୀ ଅନିରୁଦ୍ଧ ସ୍ୱାଇଁ, ଶ୍ରୀ ରାକେଶ କୁମାର ସାହୁ, ଏବଂ ଅମିତା ନାୟକ ସହଯୋଗ କରିଥିଲେ । ଆବାହକ ଅମ୍ବିକା ମହାନ୍ତି , ସୁରେଶ ଚନ୍ଦ୍ର ସାହୁ, ଶ୍ରୀକାନ୍ତ କୁମାର ଜେନା, ପ୍ରଶାନ୍ତ ନାୟକ ସମସ୍ତ ଯୁବ ଭାଇ ଓ ଭଉଣୀ, ସମିତିର ସମସ୍ତ କର୍ମକର୍ତ୍ତା, ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ରକ୍ତ ଦାନ କରିଥିବା ଭାଇ ଓ ଭଉଣୀ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସମିତି ରଫରୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରା ଯିବା ସହ ଭଗବାନଙ୍କୁ ପ୍ରାର୍ଥନା ସମସ୍ତ ରକ୍ତଦାତା ଙ୍କୁ ପ୍ରଭୁ ଆଶୀର୍ବାଦ ପ୍ରଦାନ କରନ୍ତୁ ।