March 11, 2026

ଅରିଲୋ ଶିଶୁଅନନ୍ତ ଆଶ୍ରମରେ ମହିମା ଅଲେଖ ସାଧୁଙ୍କ ଉପାସନା

12a06875-772a-414d-8e9d-285b928fe694
Share


++++++++++++++++++++
ତିର୍ତ୍ତୋଲ :- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ଆମ୍ବେରୀ ପଞ୍ଚାୟତ ନିକଟସ୍ଥ ଅରିଲୋ ଶିଶୁଅନନ୍ତ ଆଶ୍ରମ, ଓଡ଼ିଶାର ଅନ୍ୟତମ ତୀର୍ଥାଶ୍ରମ ମଧ୍ୟରୁ ଅନ୍ୟତମ ! ଦୈନିକ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଏହି ଆଶ୍ରମକୁ ଆସିଥାନ୍ତି ! ପଦ୍ମଶ୍ରୀ ଉପାଧିପ୍ରାପ୍ତ ପ୍ରକୃତି ଉପାସକ ବାବା ବଳିଆ ଏହି ଆଶ୍ରମର ମୁଖ୍ୟ ପୁରୋଧା ! ସତ୍ୟ ସନାତନ ଧାର୍ମିକ ଆଧ୍ୟାତ୍ମିକ ଚେତନାର ସେବକ ବାବା ବଳିଆଙ୍କ ଅପାର ସମାଜସେବା ଓଡ଼ିଶାର ପୁରପଲ୍ଲୀରେ ଏକ ଭିନ୍ନ ସନ୍ଦେଶ ବହନ କରିପାରିଛି ! ଏହି ଶିଶୁଅନନ୍ତଙ୍କ ପବିତ୍ର ଧାମ ପରିସରରେ ଆଜି ମହିମା ଧର୍ମାବଲମ୍ବୀ ସାଧୁସନ୍ଥମାନଙ୍କର ସମାଗମ ଦେଖିବାକୁ ମିଳିଥିଲା ।
ମହିମାଧର୍ମର ସାଧୁମାନେ ପ୍ରଥମେ ଅସ୍ତାଚଳଗାମୀ ସୂର୍ଯ୍ୟନାରାୟଣଙ୍କ ବନ୍ଦାପନା ସହ ଧୂନି ଅଗ୍ନି ପ୍ରଜ୍ଜ୍ବଳନ କରି ଅଲେଖ ବ୍ରହ୍ମଙ୍କୁ ଜଗତର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ସନ୍ଧ୍ଯା ଆଗତ ପୂର୍ବରୁ ସାଧୁମାନେ ରାତ୍ର ଭୋଜନ ସେବା ସାରି ଥିଲେ । ସନ୍ଧ୍ୟା ପରେ ରାତି ସାରା ଖଞ୍ଜଣି ଭଜନର ମଧୁର ନିନାଦ ପରିବେଶକୁ ଅପୂର୍ବ ଆଧ୍ଯାତ୍ମିକତାର ଦିବ୍ଯତାରେ ରୁଦ୍ଧିମନ୍ତ କରିଥିଲା। ଏହି ଆଶ୍ରମର ବିଶେଷତ୍ୱ ହେଉଛି ଯେ ସର୍ବଧର୍ମ ସମନ୍ୱୟ ଉପାସନା ପାଇଁ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ, ବୁଦ୍ଧିଷ୍ଟ ଆଦି ସବୁ ଧର୍ମର ଧର୍ମଗୁରୁ ମାନଙ୍କୁ ଆମନ୍ତ୍ରଣ କରାଯାଇ ଆଧ୍ୟାତ୍ମିକ ଆଲୋଚନାରେ ଈଶ୍ୱରବାଦ କୁ ଗୁରୁତ୍ୱ ଦିଆଯାଇଥାଏ ! ସବୁଠି ଏକ ଈଶ୍ବରଙ୍କର ଭିନ୍ନ ଭିନ୍ନ ନାମରେ ଉପାସନାର ଭିନ୍ନ ଭିନ୍ନ ଧାରାକୁ ସମ୍ମାନ ଦିଆଯାଇଥାଏ ! ତିର୍ତ୍ତୋଲରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !