ଗଜପତି ଜିଲ୍ଲା ପ୍ରାଣୀ ଚିକିତ୍ସା କର୍ମଚାରୀ ସଙ୍ଘ ତରଫରୁ ସେମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରୀ ଙ୍କୁ ସେମାନଙ୍କ ଦାବୀ ପତ୍ର ପ୍ରଦାନ
ପାରଳାଖେମୁଣ୍ଡି:୧୨/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡ଼ିଶା ଅଣ ଗେଜେଟେଡ ପ୍ରାଣୀ ଚିକିତ୍ସା କର୍ମଚାରୀ ସଙ୍ଘ ଗଜପତି ଶାଖା ର ପାଞ୍ଚ ଦଫା ନେଇ ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରୀ ଙ୍କୁ ଦାବୀ ପତ୍ର ପ୍ରଦାନ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ରାଜ୍ୟ ଅଣ ଗେଜେଟଡ଼ ପ୍ରାଣୀ ଚିକିତ୍ସା କର୍ମଚାରୀ ସଙ୍ଘର ଗଜପତି ଶାଖା ର ସଭାପତି ଗୌରହରି ବେହେରା ଙ୍କ ନେତୃତ୍ୱରେ ଏକ ୫ ଦଫା ଦାବୀପତ୍ର ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି ! ଦାବୀ ଗୁଡିକ ହେଲା ଦରମା ରେ ଥିବା ଅସଙ୍ଗତି ଦୂରୀକରଣ, କ୍ୟାଡର ପୂନ ଗଠନ ଓ କାର୍ଯ୍ୟ ସରିଣୀ ର ସଂଶୋଧନ, ନିଯୁକ୍ତି ନିୟମ ସଂଶୋଧନ, ଏହି ଭଳି ପାଞ୍ଚ ଦାବୀ ନେଇ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରିଛନ୍ତି । ଦାବୀ ପତ୍ର ପ୍ରଦାନ ବେଳେ ବି ଗନ୍ତାୟତ ସଂପାଦକ, ଏସ ବୀର ରାଜୁ ଉପସଭାପତି, ଏ ସଙ୍କର ରାଓ, ଏସ ଏନ ପଣ୍ଡା, ପିକେ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ