ଆଜିର ଖବର..
ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ।
ଗ୍ରାହକଙ୍କୁ ଠକିବା ଅଭିଯୋଗରେ ୭୫ଟି ରାସନ ଡିଲରଙ୍କ ଲାଇସେନ୍ସ ବାତିଲ କରିଛନ୍ତି ସରକାର।
ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିକୁ ଡିଆଁ ମାରିଲେ। କେନ୍ଦ୍ରୀୟ ତଦନ୍ତ ସଂସ୍ଥାର ତଦନ୍ତର ଶିକାର ହୋଇଥିଲେ।
ମାଲକାନଗିରି ରେ ୧୦୮ ନକ୍ସଲ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେଲେ। ମୁଣ୍ଡରେ ଥିଲା ୩.୨୯ କୋଟି।
ନବରଙ୍ଗପୁର ଜିଲ୍ଲାର ରାଇଘର ମାରିଗାଁ ଗ୍ରାମରେ ମନ୍ଦିର ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ପୁଲିସ ମୁତୟନ।
ନବରଙ୍ଗପୁରରେ ବିଗଡ଼ିଲା ସ୍ବାସ୍ଥ୍ୟ ଅବସ୍ଥା। ୨୩୬ ଡାକ୍ତର ପଦବି ଖାଲି ପଡିଛି।
କଟକ ନିଆଳି ନୂଆଗାଁସ୍ଥିତ ସାଇ ହସ୍ପିଟାଲ୍ରେ ରୋଗୀର ଚିକିତ୍ସା ଅବହେଳାରୁ ମୃତ୍ୟୁ। ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ୍ରେ ଭଙ୍ଗାରୁଜା କଲେ।
ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ଅନାସ୍ଥା ଭୋଟରେ ହାରିଗଲେ।
କେନ୍ଦୁଝର ଘଟଗାଁ ତହସିଲ ଅଫିସର ତିନିଜଣ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ।
ବାଲେଶ୍ବର ଫକୀରମୋହନ ନଗରରେ ଭଡ଼ା ନେଇ ଏକୁଟିଆ ରହୁଥିବା ମହିଳାଙ୍କୁ ବୀଭତ୍ସ ହତ୍ୟା, ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର।
କେନ୍ଦ୍ରପଡା ନିକିରାଇ ଥାନା ଅନ୍ତର୍ଗତ ଘାଗରାଡିଆ ଗାଁରେ ଜମିବାଡି ଭାଗବଣ୍ଟା କୁ ନେଇ ଦାଦା କୁ ହାଣିଦେଲା ପୁତୁରା।
ଜଗତସିଂହପୁର ଆଉଟସୋର୍ସିଂ କର୍ମଚାରୀଙ୍କ ପକ୍ଷରୁ ଧାରଣା। ଦାବୀ ପୂରଣ ନହେଲେ କାର୍ଯ୍ୟ ଛାଡ଼ କରିବାକୁ ଧମକ।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାରଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ।
ପୁରୀରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଗିରଫ। କେଟିଏମ୍ ବାଇକ୍, ୨ ସୁନା ଚେନ୍ ଜବତ।
ଓଡ଼ିଶାର ୯ ଷ୍ଟେସନ ଦେଇ ଚାଲିବ ‘ଅମୃତ ଭାରତ’। ତାମିଲନାଡୁ ଓ ଝାଡଖଣ୍ଡ ଟ୍ରେନ ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟଲାଗଡ଼, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ରାଉରକେଲା ଦେଇ ଯିବ।
ତାମିଲନାଡ଼ୁ ପ୍ରଥମ ଥର ସିକେ ନାୟୁଡ଼ୁ କ୍ରିକେଟ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି।
ଆନ୍ଧ୍ରପ୍ରଦେଶରେ ଓଲଟିଲା ୨୧ ହଜାର ଲିଟର ଘିଅ ବୋଝେଇ ଟ୍ୟାଙ୍କର। ଘିଅ ବୋହିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା।
କୁମ୍ଭମେଳାର ସୁନ୍ଦରୀ ମୋନାଲିସା ନିଜ ପ୍ରେମିକ ଫରହାନଙ୍କ ସହ ଫେରାର ହୋଇ କେରଳ ପୁଲିସର ଶରଣରେ।
ୟୁପି ପିଲିଭିଟରେ ରାସ୍ତାର ଗର୍ତ୍ତରେ ଝଟକା ଲାଗିବାରୁ ଆମ୍ୱୁଲାନ୍ସ ଭିତରେ ‘ବ୍ରେନ୍ ଡେଡ୍ ’ମହିଳା ପୁଣି ଜୀବନ ଫେରି ପାଇଲେ।
ହାଇଦ୍ରାବାଦରୁ ଥାଇଲାଣ୍ଡ ଯାଉଥିବା ଏୟାର ଇଣ୍ଡିଆ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫୁକେଟ୍ ରେ ହାର୍ଡ ଲାଣ୍ଡିଙ୍ଗ କଲା।
ଗାଜିଆବାଦ ରେ ମୃତ୍ୟୁର ସୀମା ରେଖାରେ ୧୩ ବର୍ଷ ଧରି ପୀଡ଼ିତ ଯୁବକଙ୍କ ”ନିଷ୍କ୍ରିୟ ଇଚ୍ଛାମୃତ୍ୟୁ” ପାଇଁ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ।
ଗ୍ୟାସ ଅଭାବ ଯୋଗୁଁ ରେଳବାଇର କ୍ୟାଟରିଂ ସେବା ପ୍ରଭାବିତ। ଟ୍ରେନରେ ରନ୍ଧାଖାଦ୍ୟ ସେବା ଅସ୍ଥାୟୀ ଭାବେ ବନ୍ଦ ହୋଇପାରେ।
ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୪ ଆହତ।
ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ର ପ୍ରଥମ ମ୍ୟାଚ୍ ଲାଗି ସୂଚୀ ଘୋଷିତ ହୋଇଛି।
ପାକିସ୍ତାନ ପୁଣି ଲଜ୍ଜିତ, ବାଂଲାଦେଶଠୁ ୮ ୱିକେଟ୍ରେ ହାରିଲା।
ମଧ୍ୟପ୍ରାଚ୍ୟରେ ବାଣିଜ୍ୟ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇ ଭାରତୀୟ ନାଗରିକଙ୍କ ମୃତ୍ୟୁ, ଜଣେ ନିଖୋଜ।
ହର୍ମୁଜ୍ ପ୍ରଣାଳୀ ପରେ, ଇରାନ୍ ଏବେ ସୁଏଜ୍ କେନାଲକୁ ଅବରୋଧ କରିବାକୁ ହୁତି ବିଦ୍ରୋହୀଙ୍କୁ ସକ୍ରିୟ କରିଛି।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
===================
ଆଜି ଜନ୍ମଦିନ: ଫାଲଗୁନି ପାଠକ, ୱାଇ.ବି.ଚଭନ, ଅତିଫ ଅସଲାମ, ଶ୍ରେୟା ଘୋଷାଲ, ୟଶ ପଟନାୟକ (ସିନେମା ନିର୍ମାତା, ଭୁବନେଶ୍ୱର)
ଇତିହାସରେ ଆଜି: (୧୯୩୦) ଭାରତରେ ଦାଣ୍ଡି ଯାତ୍ରା ଲବଣ ଆନ୍ଦୋଳନ ଆରମ୍ଭ/ (୧୯୫୪) କେନ୍ଦ୍ର ସାହିତ୍ୟ ଏକାଡେମୀ ସ୍ଥାପନ/ (୧୯୬୬) ପାରାଦୀପ ବନ୍ଦର ଉଦ୍ଘାଟନ ହେଲା/ (୧୮୬୮) ବ୍ରିଟିଶ କବଳରୁ ମରିସସ ମୁକ୍ତ/ (୧୯୯୩) ମୁମ୍ବାଇରେ ଦାଉଦ ଗ୍ୟାଙ୍ଗ ଦ୍ୱାରା ୧୨ ସ୍ଥାନରେ ବୋମା ବିସ୍ଫୋରଣ, ୨୫୦ ମୃତ/ (୧୮୯୪) ବୋତଲରେ କୋକାକୋଲା ବିକ୍ରି ଆରମ୍ଭ/ (୧୯୧୮) ରୁଷ ରାଜଧାନୀ ପେଟ୍ରୋଗ୍ରେଡ ରୁ ମସ୍କୋ ହେଲା/ (୧୯୯୫) ନିର୍ବାଚନ ରେ କଂଗ୍ରେସର ପରାଜୟ/ (୧୯୧୩) ଅଷ୍ଟ୍ରେଲିଆର ରାଜଧାନୀ କାନବେରା ଘୋଷିତ
