ବରପଲ୍ଲୀରେ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବେଲଗୁଣ୍ଠା,12/03, ଦୁନିଆଁରେ ସର୍ବଶକ୍ତିମୟୀ ହେଉଛନ୍ତି ମାଆ I ବିଶେଷ କରି ଗ୍ରାମାଞ୍ଚଳ ଗୁଡିକରେ ଗ୍ରାମ ଦେବତୀ ଏବଂ ଠାକୁରାଣୀଙ୍କ ଉପରେ ଲୋକଙ୍କ ଅତୁଟ ବିଶ୍ୱାସ ରହିଥିବାରୁ ବହୁ ଗ୍ରାମରେ ବର୍ତ୍ତମାନ ମାଆ ଠାକୁରାଣୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇସାରିଲାଣି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ହେବା ସହିତ ଅଷ୍ଟ ପ୍ରହରୀ ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ ଏବଂ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ମାଧବରୀଡା ତ୍ରିବେଣୀ ଘାଟ ମଠ ମହନ୍ତ ଚିଦାନନ୍ଦ ଦାସଙ୍କ ପୌରୋହିତ୍ୟରେ ବାସୁଦେବପୁର, କୂଶପଲ୍ଲୀ, ଚାଞ୍ଚରା ପଲ୍ଲୀ, ବିଭୂତିଆ ଏବଂ ବରପଲ୍ଲୀ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ମହାମନ୍ତ୍ର ପରିବେଷଣ କରିଥିଲେ I ଗ୍ରାମର ପରି ଚାଳନା କମିଟି ବିପିନ ବିହାରୀ ରାଉତ, ସଂଜୀବ ସ୍ୱାଇଁ, ପ୍ରଶାନ୍ତ କୁମାର ରାଉତ, ମନୋଜ କୁମାର ରାଉତ, ଆଶିଷ କୁମାର ସ୍ୱାଇଁଙ୍କ ସମେତ ବରପଲ୍ଲୀ ଗ୍ରାମର ବୁଦ୍ଧିଜୀବୀ, ଯୁବଗୋଷ୍ଠୀ କାର୍ଯ୍ୟକ୍ରମ ସମ୍ପାଦନରେ ସହଯୋଗ କରିଥିଲେ I ପ୍ରକାଶ ଥାଉକି ଘୁମୁସର ଗଡ଼ ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ମାଆ ଠାକୁରାଣୀ ଦୀର୍ଘ ବର୍ଷ ଧରି ଏକ ଗଛ ମୂଳେ ପୂଜା ପାଉଥିବା ବେଳେ ଗତ ଫାଇଲିନ୍ ବାତ୍ୟାରେ ଗଛଟି ଉପୁଡ଼ି ଯିବାରୁ ଠାକୁରାଣୀ ଦୀର୍ଘ ଦିନ ଧରି ଖୋଲା ଆକାଶ ତଳେ ପୂଜା ପାଉଥିଲେ I ବରପଲ୍ଲୀ ଗ୍ରାମର ଚତୁର୍ଭୂଜ ସ୍ଵାଇଁଙ୍କ ପୁତ୍ର ଅବକାଶ ସ୍ୱାଇଁଙ୍କ ଦାନରେ ମାଆଙ୍କ ପାଇଁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା I ମନ୍ଦିର ନିର୍ମାଣ ହେବାର ଚାରି ବର୍ଷ ପରେ ଅବକାଶ ସ୍ଵାଇଁଙ୍କ ପ୍ରଚେଷ୍ଟାରେ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ଦିର ପ୍ରତିଷ୍ଠା ହୋଇପାରିଛି I ଅବକାଶଙ୍କ ବୟସ 62 ବର୍ଷ ହୋଇଥିବା ବେଳେ ସେ ବର୍ତ୍ତମାନ ସୁଦ୍ଧା ଅବିବାହିତ ଅଛନ୍ତି I ସେ ସୁରତ୍ ରେ ଦୀର୍ଘ 34 ବର୍ଷ ଧରି କାର୍ଯ୍ୟକରି ଆସୁଛନ୍ତି I ଅଞ୍ଚଳବାସୀ ଅବକାଶଙ୍କ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଅବକାଶ ନିଜକୁ ନିମିତ୍ତ ମାତ୍ର ବୋଲି ପ୍ରକାଶ କରିବା ସହ ମାଆଙ୍କ ଇଛାରେ ହିଁ ସବୁ କିଛି ସମ୍ଭବ ହେଉଛି ବୋଲି କହିଥିଲେ I
ବେଲଗୁଣ୍ଟା,ରିପେଟର୍,ପଞ୍ଚାନନ,ସାହୁ