March 13, 2025

ବାଲିପିଣ୍ଡି ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ 

Share

 

ବୁଗୁଡ଼ା :ତା ୧୨/୦୩/୨୫ : ବୁଗୁଡା ଏନ୍ଏସି ଅନ୍ତର୍ଗତ ବାଲିପିଣ୍ଡି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ସିଆରସିସି କିରଣ ବାଳା ତ୍ରିପାଠୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ତାଳସାକର ସ୍କୁଲ ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀ, ସମ୍ମାନିତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ, ଏସ୍ଏମସି ସଭାନେତ୍ରୀ ଟୁନି ପାଣିଗ୍ରାହୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଏସ୍ଏମସି କର୍ମକର୍ତ୍ତା, ଅଭିଭାବକବୃନ୍ଦ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିବା ବେଳେ ଏହାକୁ ସହକାରୀ ଶିକ୍ଷୟିତ୍ରୀ ଇ. ସୁଚିସ୍ମିତା ପାତ୍ର ଓ ଲିଲି ସାବତ ପ୍ରମୁଖ ପରିଚାଳନା କରିଥିଲେ ଏବଂ ପରିଶେଷରେ ଭାରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ।