March 10, 2026

ସରପଞ୍ଚଙ୍କ ବଢ଼ିଲା ଭତ୍ତା,ରାଷ୍ଟ୍ରିୟ ସରପଞ୍ଚ ସଂଗଠନର କୃତଜ୍ଞତା….

nnn
Share

 

ବ୍ରହ୍ମପୁର,ତା.୧୨।୦୩: ଡିସେମ୍ବର ଶେଷ ସୁଦ୍ଧା ଦାବି ପୂରଣ ନେଇ ସରକାର ସରପଞ୍ଚ୍ ମାନଙ୍କ ଆନ୍ଦୋଳନ ସମୟରେ ପ୍ରତିଶୃତି ଦେଇଥିଲେ ସୁଦ୍ଧା ଜାନୁୟାରୀ ମାସରେ କେବଳ ବିଡିଓଙ୍କ କାଉଣ୍ଟର ଦସ୍ତଖତ ହଟାଇବାକୁ ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଚୁପ୍ ରହିଯାଇଥିଲେ।ଶେଷରେ ବିଳମ୍ଭରେ ହେଲେ ମଧ୍ୟ ସରପଞ୍ଚ୍ ମାନଙ୍କ ସହିତ ତ୍ରିସ୍ତରୀୟ ବ୍ୟବସ୍ଥା ଭିତରେ ଥିବା ସମସ୍ତ ଜନପ୍ରନିଧି ମାନଙ୍କ ଭତ୍ତା ବଢ଼ାଇଛନ୍ତି।ଏହାକୁ ନେଇ ରାଷ୍ଟ୍ରିୟ ଗ୍ରାମପ୍ରଧାନ/ସରପଞ୍ଚ୍ ସଂଗଠନ ରାଜ୍ୟ ସରକାରଙ୍କ ଠାରେ କୃତଜ୍ଞତା ଜଣାଇଛି।
ସରପଞ୍ଚ ଓ ଜିଲ୍ଲାପରିଷଦ ସଦସ୍ୟ ମାନଙ୍କ ମାସିକ ଭତ୍ତା ସମାନ ଭାବରେ ୧୦ ହଜାରକୁ ବୃଦ୍ଧି କରିଛନ୍ତି।ଜିଲ୍ଲା ପରିଷଦ ସଦସ୍ୟ ପୁର୍ବରୁ ୩.୫୩୦ ଓ ସରପଞ୍ଚ୍ ୨.୩୫୦ ପାଉଥିଲେ। କିନ୍ତୁ ପଞ୍ଚାୟତ ସମିତିଙ୍କ ଭତ୍ତା ୭.୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଜିଲ୍ଲା ପରିଷଦ ସଭାପତିଙ୍କ ୯.୩୦୦ ଯାଗାରେ ୩୦ ହଜାର ଓ ଉପ ସଭାପତିଙ୍କ ୭.୦୪୦ ଯାଗାରେ ୨୦ ହଜାରକୁ ବଢିଛି।ପଞ୍ଚାୟତ ସମିତ ଅଧ୍ୟକ୍ଷ ଆଗରୁ ପାଉଥିବା ୩.୫୦୩୦ ସ୍ଥାନରେ ଏଥର ୧୫ ହଜାର ଓ ଉପାଧ୍ୟକ୍ଷ ୨.୩୫୦ ସ୍ଥାନରେ ଅଧ୍ୟକ୍ଷଙ୍କ ଅଧା ଅର୍ଥାତ ସେହି ସମିତି ସଦସ୍ୟଙ୍କ ୭.୫୦୦ ଟଙ୍କା ପାଇବେ।ନାଏକ ସରପଞ୍ଚ୍ ମାନେ ୯୪୦ ଟଙ୍କାରୁ ୪.୦୦୦ କୁ ବୃଦ୍ଧି କରାଯାଇଛି।୧୫ ଦଫା ଦାବି ନେଇ ରାଜ୍ୟ ରାଷ୍ଟ୍ରିୟ ଗ୍ରାମ ପ୍ରଧାନ/ସରପଞ୍ଚ୍ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବି ପତ୍ର ପଠାଇ ସରପଞ୍ଚ୍ ସମସ୍ଯାର ସମାଧାନ ପାଇଁ ଚାପ ସୃଷ୍ଟି କରିଆସି ରାଜ୍ୟ ସରପଞ୍ଚ୍ ସଂଘ ଆନ୍ଦୋଳନକୁ ଆରମ୍ଭରୁ ନୈତିକ ସମର୍ଥନ ଦେଇ ଆସିଥିଲା। ବିଳମ୍ଭରେ ହେଲେ ମଧ୍ୟ ରାଜ୍ୟ ସରକାର ସରପଞ୍ଚ୍ ମାନଙ୍କ ଦାବି ପ୍ରତି ବିଚାର କରି ଭତ୍ତା ବୃଦ୍ଧି କରିଥିବାରୁ ସଂଗଠନ ରାଜ୍ୟ ସଭାପତି ରବି ରଥ ଓ ରାଜ୍ୟ ସଂପାଦକ ଡା.ରାଜାରାମ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଠାରେ ନିଜର କୃତଜ୍ଞତା ଜଣାଇଛନ୍ତି।