March 10, 2026

ମା’ ତାରିଣୀ କପ୍ କ୍ରିକେଟ୍ ଉଦଯାପିତ ଜଗତସିଂହପୁର ଏମ ସି ସି ଚମ୍ପିୟାନ

IMG-20230312-WA0008
Share

ମା’ ତାରିଣୀ କପ୍ କ୍ରିକେଟ୍ ଉଦଯାପିତ ଜଗତସିଂହପୁର ଏମ ସି ସି ଚମ୍ପିୟାନ ଅସ୍ତରଙ୍ଗ୧୧/୦୩/ ଅସ୍ତରଙ୍ଗ ସ୍ଥିତ ଚୌଧୁରୀ ଷ୍ଟାଡିୟମରେ ମା ତାରିଣୀ ସ୍ପୋର୍ଟିଂ ଆନୁକୂଲ୍ୟରେ ଫେବୁଆରୀ ୨୮ରେ ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ଆଜି ଶନିବାର ଦିନ ଉଦଯାପିତ ହୋଇଯାଇଛି | ଫାଇନାଲରେ ଜଗତସିଂହପୁର ଆମ୍ବେଦକର ସ୍ପୋର୍ଟିଂ ବନାମ ଏମ ସି ସି ସ୍ପୋର୍ଟିଂ ଖେଳି ଚମ୍ପିୟାନ ହୋଇଥିଲା | ପ୍ରଥମେ ଟସ୍ ଜିତି ଆମ୍ବେଦକର ସ୍ପୋର୍ଟିଂ ବ୍ୟାଟିଂ କରିବା ସହ ୨୦ ଓଭରରେ ୧୭୯ ସଂଗ୍ରହ କରିଥିଲା | ଏହାର ଜବାବରେ ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟାଟିଂ କରି ସେହି ଜଗତସିଂହପୁର ଏମସିସ୍ ସ୍ପୋର୍ଟିଂ ବ୍ୟାଟିଂ କରି ୧୮ ଓଭରରେ ୩ ଉଇକେଟ୍ ହରାଇ ୧୮୦ ରନ କରି ବିଜୟ ହାସଲ କରିଥିଲା |ଖେଳ ଶେଷରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାକଟପୁର ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା,ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ,ପୁରୀଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ବାଙ୍କୀ ବିଧାୟକ ଦେଵୀରଞ୍ଜନ ତ୍ରିପାଠୀ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଯୋଗ ଦେଇ କ୍ରୀଡା ସମ୍ପର୍କରେ ଉଦବୋଧନ ଦେବା ସମେତ ହାରଜିତ୍ ଫାଇନାଲ୍ ମ୍ୟାଚରେ ଉତ୍ତମ ଖେଳ ପଦର୍ଶନ କରିଥିବା ଜଗତସିଂହପୁରର ଦୁଇଟିଯାକ ଟିମ୍ ର ଖେଳାଳୀଙ୍କୁ ପ୍ରଶଂସା କରିଥିଲେ | ଟୁର୍ଣ୍ଣାମେଣ୍ଟ ଆୟୋଜକ ମା’ ତାରିଣୀ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ଚମ୍ପିୟାନ ଟିମ୍ ଏମସିସ୍ ସ୍ପୋର୍ଟିଂକୁ କପ୍ ସହ ୩୧,୧୧୧ ଟଙ୍କା ଓ ରନର୍ସ ଟିମ୍ ଆମ୍ବେଦକର ସ୍ପୋର୍ଟିଂକୁ କପ୍ ସହ ୨୧,୧୧୧ ଟଙ୍କାର ପୁରସ୍କାର ଅର୍ଥରାଶୀ ପ୍ରଦାନ କରାଯାଇଥିଲା | ମ୍ୟାନ୍ ଅଫ୍ ମ୍ୟାଚ ବିବେଚିତ ଚନ୍ଦନ ନାୟକ,ମ୍ୟାନ୍ ଅଫ୍ ସିରିଜ୍, ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳୀଙ୍କୁ ଆକର୍ଷଣୀୟ ପୁରସ୍କାର କରାଯାଇଥିଲା | ମା ‘ ତାରିଣୀ ସ୍ପୋର୍ଟିଂ କ୍ଲବର ସଭାପତି ମନୋଜ ବିଶ୍ୱାଳ,କ୍ରୀଡା ସମ୍ପାଦକ ସମୀର କୁମାର କର, ଓ ସମସ୍ତ ସଦସ୍ୟବୃନ୍ଦ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମକୁ ସୂଚରୁରୂପେ ସମ୍ପାଦନା କରିବା ସମେତ ସହଯୋଗ କରିଥିଲେ।ଅନ୍ୟତମ ଅତିଥି ଭାବେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତ୍ରିମୟୀ ଦଳାଇ, ବିଜେଡି ବ୍ଲକ ସଭାପତି କେଦାର ନାଥ ବିଶ୍ଵାଳ, ସମବାୟ ନିର୍ଦେଶକ କୁଞ୍ଜ ବିହାରୀ ପ୍ରଧାନ, ଦୁର୍ଗା କ୍ଲବ ସଭାପତି ଦିବ୍ୟଦର୍ଶି ବିଶ୍ଵାଳ, ଲକ୍ଷ୍ମୀ କ୍ଲବ ସଭାପତି ପ୍ରମୋଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଆ ଚଳଚିତ୍ର ଅଭିନେତ୍ରୀ ସୀତଲ ପାତ୍ର ଯୋଗଦେଇ ଦର୍ଶକଙ୍କର ମନ ମୋହିଥିଲେ।