ଆଜିର ଖବର
*ଖବର ଆଜିର*
ତାରିଖ ୧୨/୦୩/୨୦୨୩ ରବିବାର ।
୧-ସୁନ୍ଦରଗଡ଼ରେ ବିକାଶ କାର୍ଯ୍ୟର ମାରାଥନ ସମୀକ୍ଷା କଲେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ।
୨-ସରିଲା ଭାରତୀୟ ନୌସେନାର ସବୁଠୁ ବଡ ଯୁଦ୍ଧଭ୍ୟାସ: ୪ମାସ ଧରି ହିନ୍ଦ ମହାସାଗରେ ୩ ସେନାଙ୍କ ସହ ତଟରକ୍ଷୀବାହୀନି କରୁଥିଲେ ମିଳିତ ସମରଭ୍ୟାସ ।
୩-ୟୁକ୍ରେନ-ଆମେରିକା ଉପରେ ଋଷର ନୂଆ ଅଭିଯୋଗ: ଋଷର ଦାବି, ଜୈବିକ ଅସ୍ତ୍ର ପ୍ରୟୋଗ କରିବାକୁ ୟୁକ୍ରେନ ଓ ଆମେରିକା କରୁଛନ୍ତି ଷଡଯନ୍ତ୍ର।
୪-ଆଇଏସଆଇ ମୁଖ୍ୟଙ୍କୁ ମାନସିକ ରୋଗୀ କହିଲେ ଇମରାନ, କହିଲେ ଷଡ଼ଯନ୍ତ୍ର କରୁଛନ୍ତି ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ।
୫-ଭାରତର ସଂସଦରେ ମାଇକ୍ ବନ୍ଦ ହୁଏ ନାହିଁ : ରାହୁଲଙ୍କୁ ଉପରାଷ୍ଟ୍ରପତିଙ୍କ ଜବାବ ।
୬-ବିଶ୍ୱର ସବୁଠୁ ବଡ ବ୍ୟାଙ୍କିଂ ବିଫଳତା! ବନ୍ଦ ହୋଇଗଲା ସିଲିକନ ଭ୍ୟାଲି ବ୍ୟାଙ୍କ୍, ଚିନ୍ତାରେ ୧୭, ୫୦୦ କୋଟି ଗ୍ରାହକ ।
୭-ଚଢ଼ାଉରେ ଉଠୁଛି ପଡୁଛି ବିହାର ରାଜନୀତି: ଲାଲୁ ଓ ତାଙ୍କ ସମ୍ପର୍କୀୟଙ୍କୁ ଘାଣ୍ଟୁଛି ସିବିିଆଇ-ଇଡି ।
୮-ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୟୁପି ଷ୍ଟାଇଲରେ ବଲାଙ୍ଗୀରରେ ଚାଲିଲା ବୁଲଡୋଜର ।
୯-ଜଳୁଛି ଓଡ଼ିଶା ଜଙ୍ଗଲ । ସାରା ଦେଶରେ ଓଡ଼ିଶାର ଅଲୋଡ଼ା ରେକର୍ଡ । ଗତ ୪ ମାସ ମଧ୍ୟରେ ୧୨ ହଜାର ୨୧୭ ସ୍ଥାନରେ ଜଳିଲାଣି ଜଙ୍ଗଲ । ।
୧୦-ରାଜ୍ୟରେ ୫୯ଜଣ H3N2 ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନଥିବାରୁ ମାସ୍କ ପିନ୍ଧିବା ସହ ଛିଙ୍କିବାବେଳେ ରୁମାଲ ଉପଯୋଗ କରିବା ଓ ସଂକ୍ରମିତଙ୍କଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।
୧୧-କର୍ଣ୍ଣାଟକରେ ଆଗାମୀ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ଭୋଟ୍- ଫ୍ରମ୍- ହୋମ୍ (ଭିଏଫଏଚ୍) ସୁବିଧା ଆରମ୍ଭ କରାଯାଇଛି।
୧୨-ଶୁଭମାନ-କୋହଲିଙ୍କ ପ୍ରଦର୍ଶନ ଆଧାରରେ ଭାରତ କଲା ୨୮୯ ରନ୍ ।
୧୩-ଓଡ଼ିଶାକୁ ମିଳିଲା ‘ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩’ ।
୧୪-ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୩% ବୃଦ୍ଧି ।
୧୫-ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ୯ ଘଣ୍ଟାର ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ କେ.କବିତା, ମାର୍ଚ୍ଚ ୧୬ରେ ପୁଣି ହଜାର ହେବାକୁ ସମନ୍ ।
୧୬-ଦେଶର ସବୁଠୁ ବଡ଼ ସରକାରୀ ବୀମା କମ୍ପାନିର ଗୁରୁ ଦାୟିତ୍ୱ ଓଡ଼ିଆଙ୍କ ହାତରେ । ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।
୧୭-ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନବନିର୍ମିତ ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ ।
୧୮-ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପିର ବିଜୟ ପରେ ଚଳିତମାସ ୨୬ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ୍ ଶାହ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି ।
୧୯-ନେପାଳରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ପେଟରୁ ଏକ ଭୋଡକା ବୋତଲ ବାହାର କରିଛନ୍ତି ଡାକ୍ତର। ।
ସୁପ୍ରଭାତ ,ଶୁଭ ସକାଳ ।