ପ୍ରାଣୀ ମିତ୍ରଙ୍କ ତାଲିମ୍ ଶିବିର

ବେଲଗୁଣ୍ଠା, ୧୨/୦୨,ଗତ ଚାରି ତାରିଖ ଠାରୁ ଭଞ୍ଜନଗର ସ୍ଥିତ ଏଲ୍ଆଇଟିସି ଠାରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରାଣୀ ମିତ୍ର ମାନଙ୍କର ଏ-ହେଲ୍ପ ତାଲିମ୍ ଶିବିର ଆରମ୍ଭ ହୋଇଥିବା ବେଳେ ଆଜି ବେଲଗୁଣ୍ଠା ବ୍ଳକ୍ ସିଂହମର୍ଦ୍ଦନ ଗ୍ରାମରେ ଏହାର ଏକ ବ୍ଯାବହାରିକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜି ପଚିଶି ଜଣ ପ୍ରାଣୀମିତ୍ର ପ୍ରଶିକ୍ଷାର୍ଥୀ ସିଂହମର୍ଦ୍ଦନ- ବୋରୀ ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଧର ଗୌଡ଼ଙ୍କର ଗାଈ ଏବଂ ମେଣ୍ଢା ଗୋଠକୁ ବ୍ୟାବହାରିକ ତାଲିମ୍ ନିମନ୍ତେ ପ୍ରୟୋଗ କରିଥିଲେ I ବେଲଗୁଣ୍ଠା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାକେଶ କୁମାର ପତି ଏବଂ କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଳକ୍ ର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁବ୍ରତ କୁମାର ସାହୁ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଗାଈଙ୍କର ଗଳାଫୁଲା ରୋଗର ଟୀକାକରଣ କରାଯାଇଥିବା ବେଳେ ୧୫୦ ମେଣ୍ଢାଙ୍କର କୃମି ଚିକିତ୍ସା କରାଯାଇଥିଲା I ଗାଙ୍ଗପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହାୟକ କର୍ମଚାରୀ ସୁନୀଲ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ I
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ