February 22, 2025

ଜୁଡୋ ପ୍ରତିଯୋଗିତୀ ଗୌତମଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

Share

 

 

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପଥରପୁରା ଗ୍ରାମର ଚିତରଞ୍ଜନ ସାହୁଙ୍କ ପୁଅ ଗୌତମ ସାହୁ (୧୯) ଜଣେ ଭିନ୍ନକ୍ଷମ ଯୁବକ ଅଟନ୍ତି । ଆସନ୍ତା ୨୪ତାରିଖରେ ଲକ୍ଷ୍ନୌରେ ହେବାକୁ ଥିବା ଜାତୀୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ପାଇଁ ଓଡ଼ିଶା ଟିମରୁ ସିଲେକସନ ହୋଇଛନ୍ତି । ହେଲେ ସେ ଜଣେ ଗରିବ ପରିବାରର ହୋଇଥିବାରୁ ପ୍ରତିଯୋଗିତାରେ ଭାଗନେବା ପାଇଁ ଆବଶକୀୟ ଅର୍ଥର ଆବଶ୍ୟକତା ରହିଛି । ସରକାରୀ ସ୍ତରରେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଏନେଇ ଗତ ୮ତାରିଖରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରାଧ କରିଥିଲେ । ଏନେଇ ବୁଧବାର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ତାଙ୍କୁ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଆର୍ଥିକ ସହାୟତା ପ୍ରଦାନ ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂ,ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା,ଜଳେଶ୍ୱର ପୌରପରିଷଦର ୫ନମ୍ବର ୱାର୍ଡ କାଉନସିଲର ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଅନୁସାରେ, ଚଳିତ ମାସ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଭାଗ ନେବାକୁ ଓଡ଼ିଶା ଟିମରୁ ସିଲେକସନ ହୋଇଛନ୍ତି । ହେଲେ ଆବଶକୀୟ ଅର୍ଥର ଅଭାବ ହେତୁ ସେ ଲକ୍ଷ୍ନୌ ଯାଇ ପାରିବେ କି ନାହିଁ ସନ୍ଦେହରେ ରହିଥିଲେ । ସେ ଗତ ବର୍ଷ ଠାରୁ ଜୁଡୋ ଖେଳ ଶିଖୁଛନ୍ତି । ଏପରିକି ପାରଦ୍ୱୀପରେ ଯାଇ ମଧ୍ୟ ଟ୍ରେନିଂ କରୁଥିବା ବେଳେ କଟକ ସ୍ଥିତ ରେଭେନସା କଲେଜରେ ଓଡ଼ିଆ ବିଭାଗର ଯୁକ୍ତ ତିନି ଛାତ୍ର ମଧ୍ୟ ଅଟନ୍ତି । ସେ ପାଠ ପଢ଼ିବା ସହିତ ଏହି ଖେଳ ଖେଳିବା ପାଇଁ ପାଖାପାଖି ୪୦ହଜାରରୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିସାରିଲେଣି । ଏପରି ସ୍ଥଳେ ଜୁଡୋ ପ୍ରତିଯୋଗିତା ଖେଳିବା ପାଇଁ ଟ୍ରେନିଂ ସମୟରେ ତାଙ୍କର ଆବଶକୀୟ କିଟ୍,ରହିବା,ଖାଇବା ଆଦିରେ ବହୁତ ଟଙ୍କା ଖର୍ଚ୍ଚର ଆବଶ୍ୟକତା ରହିଛି । ଏ ପରିସ୍ଥିତିରେ ଓଡ଼ିଶା ଟିମରୁ ବାଲେଶ୍ୱରରୁ ଏକମାତ୍ର ଭାବେ ସେ ଚୟନ ହୋଇଛନ୍ତି । ଏଣୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ ।