November 23, 2024

ବାଲିଆ ଓ ସମଲପୁର ଗ୍ରାମ ବାସୀଙ୍କ ଦ୍ୱାରା ରେଲୱେ ଲାଇନ ଉପରେ ଗେଟ ପାଇଁ ଦାବି

Share

date- 11.02.2023

ଅଦ୍ୟ ଶନିବାର ସକାଳ 8ଟା ସମୟରେ ବାଲିଆ ଓ ସମଲପୁର ଗ୍ରାମର ଅଧିବାସୀ ମାନେ ବାଲେଶ୍ୱର ରୁ ନୀଳଗିରି ଯାଇଥିବା ରେଲଓ୍ୱେ ଟ୍ରାକ ଉପରେ, ଏକ ଗେଟ ପାଇଁ ଧାରଣା ରେ ବସିଥିଲେ l ଧାରଣା ଚାଲୁଥିବା ସମୟରେ, ରେମୁଣା ର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ସୁଦର୍ଶନ ଜେନା ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ l ଗ୍ରାମ ବାସୀଙ୍କ କହିବା ଅନୁଯାଇ, ବାଲିଆ ସମଲପୁର ଗ୍ରାମର 500ରୁ ଉର୍ଦ୍ଧ ପରିବାରର ଏବଂ ଆଖ ପାଖରେ 5000ରୁ ଉର୍ଦ୍ଧ ଲୋକ ପ୍ରତିଦିନ ଦୀର୍ଘ ଦିନ ଧରି ପ୍ରାୟ 70 ବର୍ଷ ରୁ ଉର୍ଦ୍ଧ ହେବ ବାଲେଶ୍ୱର ନୀଳଗିରି ରେଳଲାଇନ ଉପର ଦେଇ ବାଲିଆ, ସମଲପୁର ଦୁର୍ଗମଣ୍ଡପ ରାସ୍ତା ଦେଇ ଯାତାୟତ କରୁଥିଲେ l କିନ୍ତୁ ଅଧୁନା ବାଲେଶ୍ୱର ରୁ ନୀଳଗିରି ଗୋପୀନାଥପୁର କୁ ପ୍ୟାସଞ୍ଜର ଟ୍ରେନ ନୂତନ ଭାବେ ଚାଲିବାକୁ ଥିବାରୁ, se ପାଦଚଲା ରାସ୍ତା ଟିକୁ ରେଲଓ୍ୱେ ବିଭାଗ ବନ୍ଦ କରିଦେବାକୁ ବସିଛି l ଫଳରେ ଏଠିକାର ଅଞ୍ଚଳ ବାସୀ ଭୟଙ୍କର ବିପଦରେ ପଡିଛନ୍ତି l କାରଣ ବାଲିଆ ରେ ଥିବା ବିଦ୍ୟାଳୟ ରେ ଉଭୟ ସରସ୍ବତୀ ପୁର ଓ ବାଲିଆ ଆଞ୍ଚଳର ପିଲା ପାଠ ପଢ଼ନ୍ତି

ଏପଟେ ବାଲିଆ ଅଞ୍ଚଳରେ ଥିବା ସରସ୍ୱତିପୁର ପଞ୍ଚାୟତ ର ଲୋକମାନେ ପଞ୍ଚାୟତ ଅଫିସ, ରେସନ ଦୋକାନ ଓ ଅଙ୍ଗନବାଡି ସେଣ୍ଟର କୁ ପ୍ରତିଦିନ ଯିବାଆସିବ ରେ ପ୍ରତିବନ୍ଧକ ସୃଷ୍ଟିହେବ l କାରଣ ରେଳ ଲାଇନ ଟି ଗ୍ରାମର ମଝି ଦେଇ ଯାଇଅଛି l ଏସବୁ କଥାକୁ ହୃଦୟଙ୍ଗମ କରି ଆଜି, ଗ୍ରାମ ସୁରକ୍ଷା କମିଟି ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ରାସ୍ତା ରୋକ ସହ ବୈଠକ ରେ ବସିଥିଲେ l ବୈଠକ ରେ ଅଞ୍ଚଳ ବାସୀଙ୍କ ନିଷ୍ପତ୍ତି ଏବଂ ଦୁଇ ନେତୃତ୍ୱରେ ଙ୍କ ପରାମର୍ଶ ରେ ଏକ ଲିଖିତ ଦାବି ପତ୍ର ମାନନୀୟ ରେଲଓ୍ୱେ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱନୀ କୁମାର ବୈଷ୍ଣବ, ମାନନିୟ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଢଙ୍ଗୀ, ମାନନୀୟ ରେଲୱେ DRM ,ମ୍ୟାନେଜର, ADM ବାଲେଶ୍ୱର ଓ ବାଲେଶ୍ୱର ଜିଲ୍ଲାପାଳ ଙ୍କୁ ଦେବାକୁ ସ୍ଥିର ହୋଇଥିଲା l ଉକ୍ତ ଧାରଣା ଓ ବୈଠକ ରେ ବାଲିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ନିତାୟୀ ଚରଣ ନାୟକ, ସରସ୍ବତୀ ପୁର ସରପଞ୍ଚ ଶ୍ରୀ କୈଳାସ ଚନ୍ଦ୍ର ସ୍ୱାଇଁ, ସମିତି ସଭ୍ୟ ଟିଲୋଚନ ପ୍ରଧାନ, ବାଲିଆ ର ସମିତି ସଭ୍ୟା ଶିବାନି ହାଁସଦା, ବାମପଦା ସୁରକ୍ଷା ମଞ୍ଚ ର ସମ୍ପାଦକ ମୁନା ଘୋଷ,କୃଷଚନ୍ଦ୍ର ସାହା, ମାନିକ କାନ୍ତ ଚକ୍ରବର୍ତ୍ତୀ, ପ୍ରଶାନ୍ତ ବଶାକ, ପ୍ରଦୀପ ଦାସ,ନଟବର ଭୂୟାଁ, ରବୀନ୍ଦ୍ର ରଥ, ପ୍ରାଣକୃଷ୍ଣ ସାହା, ଗୋପୀ ବଲ୍ଳଭ ସାହା, ରାଜେଶ ଦାସ, ଅପୂର୍ବ ସାହା, ଝୁଲନ ସାହା, ଗୀତା ସାହା, ମାଲା ଦତ୍ତ, ସୁରଜ ଦତ୍ତ, ଇଭା ରା଼ୟ, ପଲ୍ଲଭି ସାହା, ଉଜ୍ବଳା ସାହା, ସରସ୍ୱତି ପାଲ, ବିଜୟ ପାଲ, ମମତା ସିଂ, ଶଙ୍କର ସିଂ, ଅଭିନାଷ ଚୌଧୁରୀ, ଗୋପାଳ ରା଼ୟ, ଗୌତ୍ତମ ସିଂହରାୟ, ଉତ୍ତମ ଭୌମିକ, ବାଦଲ ମଜୁମଦାର, ପ୍ରଣୟ ସାହା, ଝଣ୍ଟୁଲାଲ ସାହା ଇତ୍ୟାଦି ଆଲୋଚନା ଓ ଧାରଣା ରେ ସାମିଲ ହୋଇଥିଲେ l ଶେଷରେ ପ୍ରଶାନ୍ତ ବସାକ ସମସ୍ତ ଙ୍କୁ ଧନ୍ୟବାଦ ବାଦ ଦେଇ ସଭା ସାଙ୍ଗ କରିଥିଲେ l

 

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,,