ଆମକୁ ଉଚିତ ନ୍ୟାୟ ନମିଳିଲେ ଆମେ ଆମ ପରିବାର ସହିତ ସମୂହ ଆତ୍ମାହୁତି ଦେବୁ

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀ ସଦର ସିରେଇକୋଣାରେ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ନିମନ୍ତେ ଓଡିଶା ସରକାରଙ୍କ ଦ୍ୱାରା ଅଧିଗ୍ରହଣ ହେଉଥିବା ନୂତନ ଜମି ଅଧିଗ୍ରହଣ ଆଇନ ୨୦୧୩ ମସିହା ଅନୁଯାୟୀ ହରାଇଥିବା ଅନାବାଦୀ ଭାଗଚାଷୀ ଜମିମାନଙ୍କରେ ପୁରୁଷାନୁକ୍ରମେ ଭାଗ ଦଖଲ ରହି ଆସୁଥିବା ନିରୀହ ଗରିବ ଚାଷୀମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଯିବା ନିମନ୍ତେ ଜିଲ୍ଲାପାଳ, ତହସିଲଦାର ଏବଂ WATCO ଅଧିକାରୀଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି ଚାଷୀମାନେ l ଆଜି ଯୁବ ସମାଜସେବୀ ଶିବ ଜେନାଙ୍କ ନେତୃତ୍ୱ ରେ ୨୧ ଜଣ ଚାଷୀ ପରିବାର ହାଇକୋର୍ଟ ର ନିର୍ଦେଶ ଥିବାସତ୍ୱେ ସେମାନେ ଅନାବାଦୀ ଜାଗାରେ ଦୀର୍ଘ ୮୦ବର୍ଷ କାଳ ଚାଷ କରି ଆସୁଥିବା ବେଳେ ବର୍ତ୍ତମାନ ର ରବିଚାଷ ବିରି କୋଳଥ ମୁଗ ସୋରିଷ କରିଥିବା ବେଳେ ହଠାତ WATCO ପକ୍ଷରୁ ସେମାନଙ୍କ ଚାଷକୁ କ୍ଷତିଗ୍ରସ୍ତ କରାଇ ସିରେଇକୋଣା ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ନିମନ୍ତେ ଜମି ଖନନ କାର୍ଯ୍ୟ ଚାଷୀମାନଙ୍କୁ ବ୍ୟଥିତ କରିଛି l ତେଣୁ ଆଜି ୨୧ ଚାଷୀ ପରିବାର ପୁରୀ ଜିଲ୍ଲାପାଳ, ପୁରୀ ସଦର ତହସିଲଦାର ଏବଂ WATCO ବିଭାଗ ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଆଗକୁ ଏହି ଏକୋଇଶି ପରିବାର ଚାଷୀଙ୍କୁ ଉଚିତ ନ୍ୟାୟ ନମିଳିଲେ ପରିବାର ସହିତ ଚାଷଜମିରେ ଆତ୍ମାହୁତି ଦେବୁବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଚାଷୀମାନେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
