March 10, 2026

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପ୍ରତି ପାରା ପଞ୍ଚାୟତ ରେ ବିଭିନ୍ନ ଅଭିଯୋଗ ନେଇ ଟୁମୁଡା ଦୁଇ ନମ୍ବର ଅଙ୍ଗନବାଡ଼ି ଦିଦି ଙ୍କୁ ବିରୋଧ କଲେ ଗ୍ରାମବାସି

IMG-20260112-WA0098
Share

 

 

ନବରଙ୍ଗପୁର :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପରଚିପାରା ପଂଚାୟତ ର ଟୁମୁଡା ଦୁଇ ନମ୍ବର ଅଙ୍ଗନବାଡି କେନ୍ଦ୍ର ର ଅଙ୍ଗନବାଡ଼ି କର୍ମୀ ସୋନୋ ଗଣ୍ଡ ସପ୍ତାହ କୁ ତିନିଟା ଅଣ୍ଡା ଜାଗାରେ ମାସକୁ ତିନିଟା ଅଣ୍ଡା ଦେଉଥିବାର ଅଭିଯୋଗ ସହ ଗର୍ଭବତୀ ମହିଳା ମାନଙ୍କୁ ଅଣଦେଖା କରୁଥିବାରୁ ତାତିଲେ ଗ୍ରାମବାସି, ସମସ୍ତ ଗ୍ରାମବାସି ରବି ଗଣ୍ଡ, ଫୁଲ ଦାସ ଗଣ୍ଡ, ସମାରୁ ଗଣ୍ଡ, ଭାରତ ଗଣ୍ଡ,ଜୁଲୁ ଗଣ୍ଡ, ରାମଲାଲ ଗଣ୍ଡ,ସୋନୁ ରାମ ଗଣ୍ଡ,ରାମଜି ଗଣ୍ଡ,ଶ୍ରାବନ କୁମାର ଗଣ୍ଡ,ଫୁଲଦାସ ଗଣ୍ଡ,ସୋମନାଥ ଗଣ୍ଡ, ଫଗୁଣୁ ଗଣ୍ଡ, ଧନୀ ରାମ ଗଣ୍ଡ,ରାଜୁ ଗଣ୍ଡ, ଜଗଦେବ ଗଣ୍ଡ, ଫଗୁଣୁ ଗଣ୍ଡ, ଜେଟୁ ଗଣ୍ଡ, ରାମନାଥ ଗଣ୍ଡ, ବସନ୍ତ ଗଣ୍ଡ, ଲଖମା ଗଣ୍ଡ, ପିଲାରାମ ଗଣ୍ଡ, ଗଡ଼ବା ଗଣ୍ଡ, ନିରଞ୍ଜନ ଗଣ୍ଡ, ଲଷ୍ମୀନାଥ ଗଣ୍ଡ, ଆଶାରାମ ଗଣ୍ଡ, ମାନସାଏ ଗଣ୍ଡ, ଗାଦିରାମ ଗଣ୍ଡ, ସୋମନାଥ ଗଣ୍ଡ, ମଙ୍ଗଲୁ ଗଣ୍ଡ ଜନେକ ଗଣ୍ଡ, ବିଜୟ ଗଣ୍ଡ, ମହେଶ ଗଣ୍ଡ ଙ୍କ ସମେତ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ବିରୋଧ କରିବା ସହ ଏମିତି ଅଙ୍ଗନବାଡି ଆମକୁ ଦରକାର ନାହିଁ ବୋଲି ଗ୍ରାମବାସି କହିଥିଲେ ପରେ ସୁପରଭାଇଜର ପହଂଚି ଘଟଣା କୁ ଗୁରୁତ୍ୱ ଦେଇ ସମାଧାନ ପାଇଁ ଗ୍ରାମବାସି ଙ୍କୁ ପ୍ରତିଶୃତି ଦେଇଥିଲେ।