ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଲମତାପୁଟ ଠାରେ ଅଟଳ ବସଷ୍ଟାଣ୍ଡର ଶୁଭାରମ୍ଭ

କୋରାପୁଟ ଜିଲ୍ଲା ଲମତାପୁଟ ଠାରେ ଅଟଳ ବସ୍ ଷ୍ଟାଣ୍ଡ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କର କମଳରେ ଆଭାସୀ ମାଧ୍ୟମରେ ଶୁଭ ଉଦଘାଟନ ହୋଇଯାଇଛି I ଏହି ବସ୍ ଷ୍ଟାଣ୍ଡ ଉଦଘାଟନ ଅବସରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ lI1.2 acre ବିସ୍ତୃତ ଏହି ବସ୍ ଷ୍ଟାଣ୍ଡରେ ଅତ୍ୟ ଆଧୁନିକ ସମସ୍ତ ପ୍ରକାର ସୁବିଧା ଉପଲୋବଧ ରହିଛି I ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା ଠାରୁ ଆରମ୍ଭ କରି ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଶୌଚାଳୟ ବ୍ୟବସ୍ଥା ରହିଛି I ଦୁଇଟି ଗେଟ ଏଣ୍ଟ୍ରି ଓ exit ପାଇଁ ଅଲଗା ଅଲଗା, ଦୁଇଟି ଟିକେଟ କାଉଣ୍ଟର, ଅଫିସର ଚେମ୍ବର, ମିଶନ ଶକ୍ତି କେଫେ ତଥା ଗାଡି ଡ୍ରାଇଭର ଓ conductorଙ୍କ ବିଶ୍ରାମ ଗୃହ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଅଲଗା ଅଲଗା ରହିଛି I ବସ୍ ଷ୍ଟାଣ୍ଡ ମଧ୍ୟରେ 4ଟି ଷ୍ଟଲ, ସ୍ୱତନ୍ତ୍ର ଗାଡି ଧୋଇବା ବ୍ୟବସ୍ଥା, EV charging station, Fire fighting system,୩ଟି store room, DG set,PA system ଘୋଷଣା କରିବା ପାଇଁ ରହିଛି I ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି CCTV ବ୍ୟବସ୍ଥା ସହ ideal parking ବ୍ୟବସ୍ଥା କରଯାଇଛି I ଏହି ବସ୍ ଷ୍ଟାଣ୍ଡ ପ୍ରାୟ 50 ହଜାର ଲୋକଙ୍କୁ ସୁବିଧା ଯୋଗାଇବା ସହ 117ଟି ଗ୍ରାମ, 11 ଟି ଗ୍ରାମ ପଞ୍ଚାୟତକୁ ଉପକୃତ କରିବ I ବସ୍ ଷ୍ଟାଣ୍ଡ ଉଦଘାଟନ ଅବସରରେ ଆଭାସି ମାଧ୍ୟମରେ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ I ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଦୁଇଜଣ ହିତାଧିକାରୀଙ୍କ ସହ କଥା ହେଇ ବସ୍ ଷ୍ଟାଣ୍ଡର ଅତ୍ୟ ଆଧୁନିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ I ମହିଳା ହିତାଧିକାରୀ ସୁମିତ୍ରା ବେହେରା ବସ୍ ଷ୍ଟାଣ୍ଡରେ ସିସି ଟିଭି ଲାଗିଥିବାରୁ ସୁରକ୍ଷିତ ମନେ କରୁଛନ୍ତି ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ I ଆଉ ଜଣେ ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଇ ବସ୍ ଷ୍ଟାଣ୍ଡ ଉଦଘାଟନ ଲମତାପୁଟ ବାସୀଙ୍କ ଅନେକ ଦିନର ଆଶା ପୂରଣ ହୋଇଥିବାରୁ ଖୁସି ଲାଗୁଛି ବୋଲି କହିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଲମତାପୁଟ ପଞ୍ଚାୟତ ଅଦକ୍ଷ ତାପସ କୁମାର ଚାଲାଣ ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ଭାୟୀ ଅଧିକାରୀ ଜିଲ୍ଲା ପରିଷଦ ବେଣୁଧର ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେର, ଲମତାପୁଟ ତହସିଲଦାର ଦିବାକର ବାଘ,ଆଞ୍ଚଳିକ ପରିଵହନ ଅଧିକାରୀ ରାଜେଶ ମାରାଣ୍ଡି, ଜିଲ୍ଲା ପରିବହନ ବିଭାଗର ପରିଚାଳକ ଅରଶ୍ରୀ ସାହୁ, ସହାୟକ ପରିଚାଳକ ପ୍ରକାଶ କୁମାର ନାୟକ, ବ୍ଲକ ସୁଫରଭାଇଜର ସୁଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ I ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରାଧା ରାଣୀ ସରକାର ମଞ୍ଚ ପରିଚାଳନା କରିଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
