ସରକାରୀ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନେଶ୍ୱର ର କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ସମ୍ବଲପୁର, ୧୧/୧ : ସରକାରୀ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନେଶ୍ୱର ଠାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ପଦାଧିକାରୀ ଡା. ଏକତା ବଡ଼ଗୟା ଅଧ୍ୟକ୍ଷତା କରିଥିବା ବେଳେ ଆୟୁଷ ଡା. ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଶ୍ରୀ ପ୍ରଦୁ୍ୟମ୍ନ କୁମାର ସାହୁଙ୍କ ପଦୋନ୍ନତି ଓ ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଯାଇଛି ବରିଷ୍ଠ ଫାର୍ମାସିଷ୍ଟ ଭାବରେ ।
ଅଧ୍ୟାପକ ତୁଷାର ରଞ୍ଜନ ବାରିକ୍ ପରିଚାଳନାରେ ଅନୁଷ୍ଠିତ ସଭାରେ ବିଦାୟୀ ଫାର୍ମାସିଷ୍ଟ ଶ୍ରୀ ସାହୁଙ୍କୁ ଅତିଥିମାନେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ମୋନାଲିସା ସାହୁଙ୍କୁ ସୁଶ୍ରୀ ଫେବିୟନ୍ତି ଦେବୀ ଓ ଶ୍ରୀମତୀ ସ୍ୱାଗତିକା ବେହେରା ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନେ ଶ୍ରୀ ସାହୁଙ୍କ ଦୀର୍ଘ ୫ ବର୍ଷର କାର୍ଯ୍ୟକାଳରେ ମାନେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମାନଚିତ୍ରର ପରିବର୍ତ୍ତନ ତଥା ନିଷ୍ଠାପର ସେବା କର୍ମକୁ ପ୍ରଶଂସା କରିଥିଲେ ।
ଏହାର ପ୍ରତିତ୍ତୁ୍ୟତ୍ତରରେ ଶ୍ରୀ ସାହୁ କହିଥିଲେ ଯେ, ମୁଁ ଯଦିଓ ପଦୋନ୍ନତି ପାଇ ମୋ ଜନ୍ମମାଟି ଅନୁଗୁଳକୁ ବିଦାୟ ନେଉଛି ହେଲେ ମୋ ଆତ୍ମା ଏଇଠି ଛାଡ଼ି ଦେଇ ଯାଉଛି । ଯେତେ ଦିନ ବଞ୍ଚôବି ମୋର ମାନେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରକୁ ତଥା ଏ ଅଞ୍ଚଳ ବାସୀଙ୍କୁ ମନେ ରଖିବି, ସେମାନଙ୍କର ସ୍ନେହ ଓ ସୌହାର୍ଦ୍ଧ୍ୟ ଭୁଲିବାର ନାହିଁ ।
ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ହାର୍ଦ୍ଦିକ ପାତ୍ର, ପ୍ରଶାନ୍ତ ବେହେରା, କିଶୋର କୁମାର ସିଂହ, ନିତେଶ ପ୍ରସାଦ, ସୁଧାଂଶୁ ପାଣ୍ଡେ, ରାଜେଶ୍ୱରୀ ଷଣ୍ଢ, ମନୋଜ ସାହୁଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
