ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅଧୀନ ମାଇଦଲପୂର ବନ ବିଭାଗକୁ ବଡ଼ ସଫଳତା
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅଧୀନ ମାଇଦଲପୂର ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। କଳାହାଣ୍ଡି– ରୁ ମାଲକାନଗିରିକୁ ଅବୈଧ ଭାବେ ଚାଲାଣ ହେଉଥିବା ୮୩ଟି ଜୀବନ୍ତ କାଇଁଚକୁ ବନ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ମାଇଦଲପୂର ବନ ବିଭାଗର ଟିମ୍ ମାଇଦଲପୂର–ଚାରମୁଳା ନିକଟରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏକ ବାଇକ୍ରେ ଆସୁଥିବା ଦୁଇଜଣ ଯୁବକଙ୍କ ନିକଟରୁ ଦୁଇଟି ବସ୍ତାରେ ଭରିଥିବା ୮୩ଟି ଜୀବନ୍ତ କାଇଁଚ ଜବତ କରାଯାଇଥିଲା। ବନ ବିଭାଗ ଦ୍ୱାରା ଘଟଣାସ୍ଥଳରୁ ବାଇକ୍ଟିକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଜଡିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଦୁଇଜଣ ହେଲେ ଡାବୁଗାଁ ଥାନା ଅଧୀନ ଛଟିଗୁଡ଼ା ଗ୍ରାମର ପବିତ୍ର ସରକାର ଓ ରାମପ୍ରସାଦ ସରକାର
