May 20, 2025

ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମଜୟନ୍ତୀ ପାଳନ

Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଯୁବ ଶକ୍ତି ର ଚରମ ନିଦର୍ଶନ ତଥା ପ୍ରେରଣା ର ଉତ୍ସ, ବିଶ୍ଵବିଜୟୀ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମଜୟନ୍ତୀ ଗତକାଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ସଦସ୍ୟ ମାନଙ୍କ ଦ୍ୱାରା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ରେ ପାଳନ ହୋଇଯାଇଛି। ପ୍ରାୟ ୨୦୦ ଛାତ୍ର ଛାତ୍ରୀ ଏବଂ ମହାବିଦ୍ୟାଳୟ ର ଅଧ୍ୟାପକ ମାନଙ୍କ ଉପସ୍ଥିତି ରେ ବିବେକାନନ୍ଦ ଙ୍କ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଥିଲା। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋରଧା ଜିଲ୍ଲା ର ଜିଲ୍ଲାପ୍ରମୁଖ ଶ୍ରୀ ଶୈଳେନ୍ଦ୍ର ମିଶ୍ର ମହୋଦୟ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଜୀବନ ରେ ନିଜର ଲକ୍ଷ୍ୟ ହାସଲ ଦିଗରେ ପ୍ରେରଣା ଦେଇଥିଲେ। ଖୋରଧା ଜିଲ୍ଲା ସଂଯୋଜକ ତଥା ଓଡିଶା ପୂର୍ବ ର ସେବାର୍ଥେ ବିଦ୍ୟାର୍ଥି ର ସହସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ସାହୂ ଉପସ୍ଥିତ ରହି ବିଦ୍ୟାର୍ଥୀ ଙ୍କୁ ସଂଗଠିତ ହୋଇ ଅନେକ କାର୍ଯ୍ୟ ସମାଧାନ ର ସୂତ୍ର ବତାଇଥିଲେ। ଏଥି ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ପ୍ରିତୀପଲ୍ଲବୀ ମହାପାତ୍ର, ପୁରୀ ବିଭାଗ ସହ ସଂଯୋଜକ ଶ୍ରୀ ଶୋଭନ ରାଉତରାୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।