September 26, 2026

ଜିଲ୍ଲାସ୍ଥରୀୟ କୃଷିମେଳା ଉଦଯାପିତ..

IMG-20250112-WA0060
Share

ଜିଲ୍ଲାସ୍ଥରୀୟ କୃଷିମେଳା ଉଦଯାପିତ

” ଚାଷୀମାନଙ୍କୁ ଆୟକୁ ଦ୍ୱଗୁଣିତ କରିବା ନିମନ୍ତେ ବିଭିନ୍ନ ବିଭାଗ ସହଯୋଗ ରହି କାର୍ଯ୍ୟ କଲେ ସରକାରଙ୍କ ଉଦେଶ୍ୟ ସାଧିତ ହେବ-ମୃତ୍ତିକା ସଂକ୍ଷଣ ନିର୍ଦ୍ଦେଶକ ”

ରାୟଗଡ ତା ୧୧/୦୧-

ରାୟଗଡରେ ଦୀର୍ଘ ୫ଦିନ ବ୍ୟାପି ଜିଲ୍ଲାସ୍ଥରୀୟ କୃଷି ମୋହତ୍ସବ ଆଜି ଉଦଯାପିତ ହୋଇଯାଇଛି l ସ୍ଥାନୀୟ ଜି.ଆଇ. ଏସ.ସି.ଆର ପଡିଆ ଠାରେ ଆୟୋଜିତ ଜିଲ୍ଲା ସ୍ଥରୀୟ ଉତ୍ସବ ଓ କୃଷୀ ଯନ୍ତ୍ରପାତି ମେଳାର ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ଡା. ଦେବରାଜ ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ

ଯୋଗଦାନ କରି ନିଜର ବକ୍ତବ୍ୟରେ

ଚାଷୀମାନଙ୍କ ଆୟକୁ ଦ୍ବିଗୁଣିତ କରିବା ନିମନ୍ତେ ଵୈଷୟିକ ଜ୍ଞାନ କୌଶଳ ଓ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହା ସହ ସେ

କୃଷି ସହିତ

ମିଶ୍ରିତ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀମାନଙ୍କୁ ବୁଝାଇଥିଲେ l ସ୍ୱଳ୍ପ ମିଆଦୀ ଚାଷ ବିଶେଷ କରି ପନିପରିବା, ଫଳ ଚାଷ, କୁକୁଡ଼ା, ଛେଳି,ମାଛ ଓ ଅନ୍ୟାନ୍ୟ ଅର୍ଥକାରୀ ଚାଷ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ l ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମlନିତ ଅତିଥି ଭାବରେ ଉପନିର୍ଦ୍ଧେଶକ ଉଦ୍ୟାନ ବିଭାଗ, ରାୟଗଡ ଶ୍ରୀ ଦୟାନିଧି ରାଉତ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଅଧ୍ୟକ୍ଷ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କଲ୍ୟାଣସିଂପୁର ଶ୍ରୀ ବନମାଳୀ କାଡ୍ରାକା , କୃଷି ଜିଲ୍ଲା ଅଧିକାରୀ, ରାୟଗଡ, ଏସ. କେ.ଏହେସlନ, କୃଷି ନିର୍ବାହୀ ଯନ୍ତ୍ରୀ ସରୋଜିନୀ ବାଗ ଆଦି ଯୋଗଦାନ କରି ଚାଷୀମାନଙ୍କୁ କୃଷି ମେଳାର ଆବଶ୍ୟକତା ଓ ଆଧୁନିକ ପ୍ରଣାଳୀରେ ଚାଷ କଲେ ଚାଷୀ କିପରି ଲାଭବାନ ହୋଇପାରିବ ସେଉପରେ ବୁଝାଇଥିଲେ l

ଆଧୁନିକ ପ୍ରଣାଳୀ କୃଷୀ କ୍ଷେତ୍ରରେ ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର କରି ଚାଷୀ ଅଧିକ ଲାଭବାନ ହୋଇପାରୁଥିବା ହେତୁ ଏବଂ ଏ କ୍ଷେତ୍ରରେ ସରକାର ଦିବିଟି ମାଧ୍ୟମରେ ସବସିଡି ଯୋଗାଇ କୃଷକଙ୍କ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ଭାଇମାନେ ଏହାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଆଜିର ଦିବସରେ କଲ୍ୟାଣସିଂପୁରର ଉଦ୍ୟାନ ବିଭାଗର ଜଣେ ସଫଳ ଚାଷୀ ତଥା ସାମ୍ବାଦିକ ଏଙ୍କେଟେଶ ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା।ଏହା ସହ ବିଷମକଟକ ବ୍ଳକର ପଙ୍କଜ ବାତ୍ରା,ରାୟଗଡ଼ ବ୍ଲକର ପ୍ରବୀଣ ପାଲାଡୁ, କଲ୍ୟାଣସିଂପୁରର ଜଗନ୍ନାଥ ମିଣିଆକା,କୋଲନରା ବ୍ଲକର ସନ୍ତୋଷ ମିଣିଆକା ପ୍ରମୁଖ ଚାଷୀଙ୍କୁ ଟ୍ରାକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ବୁକିଂ କରି କିଣି ଥିବାରୁ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ଚାବି ପ୍ରଦାନ କରାଯାଇଥିଲା।ଶେଷରେ ଅପରାହ୍ନ ୩ ଟା ରେ ସାଂସ୍କୃତିକ କର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା ।ଶେଷରେ ଗୋଷ୍ଠୀ କୃଷି ଅଧିକାରୀ ରାମନାଗୁଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ୫ଦିନର କାର୍ଯ୍ୟକ୍ରମ କୁ ସହକାରୀ ବୈଷୟିକ ପରିଚାଳକ ଉତ୍ତମ କୁମାର ଦାସ ଓ ସହକାରୀ କୃଷି ଯନ୍ତ୍ରୀ ଭାଗ୍ୟଶ୍ରୀ ମଲ୍ଲିକ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ|

ରାୟଗଡା ରୁ ରାବିରାଜ ବୈଦ୍ୟ ଙ୍କ ରିପୋର୍ଟ

You may have missed